ବିଜେବି କଲେଜରେ ଛାତ୍ରଗୋଷ୍ଠୀ ମୁହାଁମୁହିଁ

Aug 20, 2018 - 17:27
 193
ବିଜେବି କଲେଜରେ ଛାତ୍ରଗୋଷ୍ଠୀ ମୁହାଁମୁହିଁ
ଭୁବନେଶ୍ୱର,୨୦ା୮(ସକାଳଖବର): ଭୁବନେଶ୍ୱର ବିଜେବି କଲେଜରେ ଆଜି ପ୍ରାକ୍ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । କଲେଜ କ୍ୟାମ୍ପସ୍ ରେ ୨ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହେବା ଫଳରେ ଉଭୟ ଗୋଷ୍ଠୀର ୨୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଗୁରୁତର ଆହତ ହୋଇଥିବା ୫ ଜଣଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା । କଲେଜରେ ଉତେଜନା ଲାଗି ରହିଥିବାରୁ କ୍ୟାମ୍ପସ୍ ରେ ପୋଲିସ ମୁତୟନ କରାଯାଇଛି । ଅନ୍ୟପକ୍ଷରେ ଏ ନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି ।