ସୂର୍ଯ୍ୟ ପାତ୍ରଙ୍କ ପତ୍ରର ଉତର ଦେଲେ ଧର୍ମେନ୍ଦ୍ର ପ୍ରଧାନ

Oct 22, 2018 - 18:09
 144
ସୂର୍ଯ୍ୟ ପାତ୍ରଙ୍କ ପତ୍ରର ଉତର ଦେଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ୨୨/୧୦ (ସକାଳଖବର):ଓଡିଶାରେ ସାମୁଦ୍ରିକ ଝଡ ତିତଲି ଓ ଏହା ସହ ଆସିଥିବା ବର୍ଷା ଓ ବନ୍ୟାରେ ପ୍ରଭାବିତ ଗଜପତି, ରାୟଗଡା ଓ ଗଞ୍ଜାମ ଆଦି ଜିଲ୍ଲାର ଏଲପିଜି ଉପଭୋକ୍ତମାନଙ୍କ ପାଇଁ ତୈଳ ଓ ପ୍ରାକୃତିକ ଗ୍ୟାସ ମବଣାଳୟ ତଥା ତୈଳ ବିପଣନ କମ୍ପାନୀମାନେ ତ୍ୱରିତ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋମବାର ଦିନ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ତିତଲି ପ୍ରଭାବିତ ଜିଲ୍ଲା ମାନଙ୍କରେ ଏଲପିଜି ଉପଭୋକ୍ତାମାନଙ୍କୁ ସହାୟତା ନିମନ୍ତେ ଲେଖିଥିବା ପତ୍ରର ତୁରନ୍ତ ଉତର ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ୧୪ ଅକ୍ଟୋବରରେ ବାତ୍ୟା ଓ ବନ୍ୟା ପ୍ରଭାବିତ ଜନସାଧାରଣମାନଙ୍କ ପାଇଁ ତୈଳ ବିପଣନ କମ୍ପାନୀମାନେ ସହଯୋଗ ଘୋଷଣା କରିସାରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ବାତ୍ୟା ଓ ବନ୍ୟାରେ ସିଲିଣ୍ଡର ହଜି ଯାଇଥିବା ବିପିଏଲ ପରିବାରମାନଙ୍କୁ ୨୦୦ ଟଙ୍କାରେ ଓ ଏପିଏଲ ପରିବାରମାନଙ୍କୁ ସିଲିଣ୍ଡରର ପ୍ରସ୍ତୁତି ମୂଲ୍ୟ ୧୨୦୦ ଟଙ୍କାରେ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ।ଶ୍ରୀ ପ୍ରଧାନ କହିଛନ୍ତି ତୈଳ ବିପଣନ କମ୍ପାନୀ ଗୁଡିକ ବିଶେଷ କ୍ୟାମ୍ପ ଆୟାଜନ କରି ଯେଉଁ ଗ୍ରାହକମାନଙ୍କର ଗ୍ୟାସ ସଙ୍କନ୍ଧିତ କାଗଜପତ୍ର ନଷ୍ଟ ହୋଇ ଯାଇଛି ତାହା ଯେଗାଇ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି ।