ଶୋକାକୁଳ ପରିବେଶରେ ମୃତ ତ୍ରିନାଥଙ୍କ ଶବ ଦାହ

Oct 22, 2018 - 17:56
 230
ଶୋକାକୁଳ ପରିବେଶରେ ମୃତ ତ୍ରିନାଥଙ୍କ ଶବ ଦାହ
ଅନୁଗୋଳ ୨୨/୧୦ (ସକାଳଖବର): ବାଘୁଣୀ ଆକ୍ରମଣରେ ମୃତ ତ୍ରିନାଥ ସାହୁଙ୍କ ମର ଶରୀର ଆଜି ସନ୍ଧ୍ୟାରେ ଟାଇଁସି ଗାଁରେ ପହଞ୍ଚôବା ପରେ ଶୋକାକୂଳ ପରିବେଶ ମଧ୍ୟରେ ଗାଁ ଶଶ୍ମାନରେ ଶବ ଦାହ କରାଯାଇଛି । ପ୍ରକାଶ ଯେ, ରବିବାର ସକାଳେ ବାଘୁଣୀ ଆକ୍ରମଣର ଶିକାର ହୋଇଥିବା ତ୍ରିନାଥଙ୍କ ମର ଶରୀରକୁ ସ୍ଥାନୀୟ ଲୋକମାନେ ୫୫ ନମ୍ବର ଜାତୀୟ ରାଜପଥରେ ରଖି ବାଘୁଣୀକୁ ତୁରନ୍ତ ସ୍ଥାନାନ୍ତର, ମୃତ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ଓ ପରିବାରର ଜଣଙ୍କୁ ନିଯୁକ୍ତି ଆଦି ଦାବୀ କରିଥିଲେ । ତେବେ ପୋଲିସ ଓ ଲୋକଙ୍କ ମଧ୍ୟରେ ସଂଘର୍ଷ ହେବା ପରେ ପୋଲିସ ମୃତ ଶରୀରକୁ ଜବତ କରି ଜିଲା ମୁଖ୍ୟ ଚିକିସôାଳୟକୁ ବ୍ୟବଚ୍ଛେଦ ପାଇଁ ଆଣିଥିଲା । ତେବେ ଆଜି ସକାଳେ ମୃତ ତ୍ରିନାଥଙ୍କ ପୁଅ ସୁରେଶ ଚନ୍ଦ୍ର ସାହୁ ଓ ସଂପର୍କୀୟ ପହଞ୍ଚôବା ପରେ ପ୍ରଶାସନ ପକ୍ଷରୁ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଏବଂ ମୃତ ପରିବାରକୁ ବନ ବିଭାଗ ପକ୍ଷରୁ ୪୦ ହଜାର ଓ ରେଡ଼କ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ପ୍ରଶାସନ ତରଫରୁ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ବନ ବିଭାଗ ୪ ଲକ୍ଷ ଟଙ୍କା କ୍ଷତିପୂରଣ ସହ ପରିବାର ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି ବନ ବିଭାଗ ପ୍ରତିଶୃତି ଦେଇଛି । ଅପରପକ୍ଷେ ଜିଲା ପ୍ରଶାସନ ପକ୍ଷରୁ ଆଉ କିଛି ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେବା ପରେ ଶବ ବ୍ୟବଚ୍ଛେଦ ଆରମ୍ଭ ହୋଇଥିଲା । ଶବ ବ୍ୟବଚ୍ଛେଦ ବେଳେ ୩ ଜଣ ଡ଼ାକ୍ତରଙ୍କ ସମେତ ମାଜିଷ୍ଟ୍ରେଟ, ପୋଲିସ, ଉପଜିଲାପାଳଙ୍କ ଉପସ୍ଥ୍ିତିରେ ସମ୍ପୂର୍ଣ୍ଣ ଭିଡ଼ିଓ ଗ୍ରାଫି କରାଯାଇ ବ୍ୟବଚ୍ଛେଦ କରାଯାଇଛି । ସନ୍ଧ୍ୟାରେ ଗାଁରେ ମର ଶରୀର ପହଞ୍ଚôବା ପରେ ଶୋକାକୁଳ ପରିବେଶ ମଧ୍ୟରେ ସାରା ଅଞ୍ଚଳର ଲୋକମାନେ ପହଞ୍ଚô ତାଙ୍କର ଶେଷ ଦର୍ଶନ କରିବା ସହ ଗାଁ ଶଶ୍ମାନରେ ଶବ ଦାହ କରିଥିଲେ ।