୬୧ତମ ଆର୍ନ୍ତଜାତୀୟ ବଧିର ସପ୍ତାହ ପାଳିତ

Sep 30, 2018 - 19:11
 235
୬୧ତମ ଆର୍ନ୍ତଜାତୀୟ ବଧିର ସପ୍ତାହ ପାଳିତ
ଅନୁଗୋଳ -୩୦.୦୯.୨୦୧୮ ଆଜି ସକାଳ ୧୦ଟା ବେଳେ ଅନୁଗୋଳ ଜିଲା ବଧିର ସଂଘ ତରଫରୁ ୬୧ତମ ଆର୍ନ୍ତଜାତୀୟ ମୁକ ଓ ବଧିର ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ମୁକ ଓ ବଧିର ସଭ୍ୟସଭ୍ୟାମାନେ ଅନୁଗୋଳ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥି ମୁଖ୍ୟ ଅତିଥିଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ସଭାଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ବଧିରମାନେ ସମାଜ ପାଇଁ ବୋଝ ନୁହଁନ୍ତି ବରଂ ସେମାନେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଛନ୍ତି । ସହୋଯୋଗ ଶ୍ରଦ୍ଧା ଦ୍ୱାରା ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଉଚିତ୍ ବୋଲି ମୁଖ୍ୟ ଅତିଥି ଶ୍ରୀ ଶତପଥି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡେ଼ପୁଟି କଲେକ୍ଟର ବଇତୁରା ଦୀପ ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶରତ ଚନ୍ଦ୍ର ସେଠୀ, ଅର୍ନ୍ତନିବେସୀ ଶିକ୍ଷା ସଂଯୋଜକ ବିଜୟ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଶୋଭାଯାତ୍ରା ପରେ ପରେ ସ୍ଥାନୀୟ ସାନ୍ଧ୍ୟ ମହାବିଦ୍ୟାଳୟଠାରେ ଜିଲା ବଧିର ସଭାପତି ପର୍ଶୁରାମ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ ହୋଇଥିଲା । ଯେଉଁଥିରେ ସଂଘର ସାଧାରଣ ସଂପାଦକ ବିଶ୍ୱଜିତ ହୋତା, ଉପସଭାପତି ମନୋରଞ୍ଜନ ସାମଲ ପ୍ରମୁଖ ମଞ୍ଚାସିନ ଥିଲେ ।