୩ଟି ପଦ୍ଧତିରେ ପିଲାଙ୍କୁ ଦିଆଯିବ ମାର୍କ

Mar 11, 2022 - 07:11
 64
୩ଟି ପଦ୍ଧତିରେ ପିଲାଙ୍କୁ ଦିଆଯିବ ମାର୍କ
ଭୁବନେଶ୍ୱର: ଶୁକ୍ରବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମାଟ୍ରିକ ପରୀକ୍ଷା ନେଇ ଏକ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଚଳିତ ବର୍ଷର ହାଇସ୍କୁଲ ସାର୍ଟିଫେିକେଟ, ମଧ୍ୟମା ପରୀକ୍ଷା ଏପ୍ରିଲ ୨୯ରୁ ଆରମ୍ଭ ହେବ । ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ’ ୬ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିିବ । ତେବେ ଚଳିତ ବର୍ଷ ପରୀକ୍ଷାରେ ବିଭିନ୍ନ ପରିବର୍ତ୍ତନ କରାଯାଇଛି । ପରୀକ୍ଷା ପରିଚାଳନା ସହ ମାର୍କିଂ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ୩ଟି ପଦ୍ଧତିରେ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ଫଳ ନିର୍ଦ୍ଧାରଣ କରିବେ । ପ୍ରଥମ ପଦ୍ଧତି- ସମ୍ମେଟିଭ-୧ ଓ ଇଣ୍ଟରନାଲ ଆସେସମେଣ୍ଟର ୨ ଗୁଣ ଦ୍ୱିତୀୟ ପଦ୍ଧତି- ସମ୍ମେଟିଭ-୨ର ମାର୍କ ୨ ଗୁଣ କରି ହିସାବ କରାଯିବ । ୩ୟ ପଦ୍ଧତି- ଇଣ୍ଟରନାଲ ଆସେସମେଣ୍ଟର ୨୦ ପ୍ରତିଶତ, ସମ୍ମେଟିଭ-୧ରୁ ୩୦ ପ୍ରତିଶତ ଓ ସମ୍ମେଟିଭ-୨ରୁ ୫୦ ପ୍ରତିଶତ ନିଆଯାଇ ମାର୍କିଂ କରାଯିବ । ଯେଉଁ ପଦ୍ଧତିରେ ଛାତ୍ରଛାତ୍ର ସର୍ବାଧିକ ମାର୍କ ରଖିବେ, ସେଇଟି ଚୂଡ଼ାନ୍ତ ହେବ ବୋଲି ମୁଖ୍ୟ ଶାସନ ସଚିବ ଘୋଷଣା କରିଛନ୍ତି । ମୁଖ୍ୟଶାସନ ସଚିବଙ୍କ ଘୋଷଣା ଅନୁଯାୟୀ ରାଜ୍ୟରେ ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା-୨ କରାଯିବ । ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା-୨ ସବୁ ପିଲାଙ୍କ ପାଇଁ ବାଧ୍ୟତାମୂଳକ । ଯଥା ସମ୍ଭବ ପରୀକ୍ଷାଗୁଡ଼ିକ ନିଜ ସ୍କୁଲରେ କରାଯିବ । ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲ ଶିକ୍ଷକ ନିଯୁକ୍ତ ହେବେ । ନିଜ ସ୍କୁଲରେ ପରୀକ୍ଷା ହୋଇନପାରିଲେ ନିକଟବର୍ତ୍ତୀ ସ୍କୁଲରେ ପରୀକ୍ଷା ହେବ ବୋଲି ମୁଖ୍ୟଶାସନ ସଚିବ ଘୋଷଣା କରିଛନ୍ତି ।