“ୟେ ସାନ୍ ତ୍ରୀରଙ୍ଗା ହେ” କାର୍ଯ୍ୟକ୍ରମରେ ସଞ୍ଜୀବଙ୍କୁ ସମ୍ବର୍ଦ୍ଧନା

Aug 16, 2018 - 17:36
 341
“ୟେ ସାନ୍ ତ୍ରୀରଙ୍ଗା ହେ” କାର୍ଯ୍ୟକ୍ରମରେ ସଞ୍ଜୀବଙ୍କୁ ସମ୍ବର୍ଦ୍ଧନା
ଅନୁଗୋଳ,୧୬/୮ (ସକାଳଖବର): ଅନୁଗୁଳର ସଂଜୀବ କୁମାର ମାଣ୍ଡୋଠିଆଙ୍କୁ ଓଡ଼ିଶାର ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ପୋଲିସ ପବ୍ଲିକ ପ୍ରେସ୍ (ନେସନାଲ୍ ମାଗାଜିନ୍) ଏବଂ ଇଣ୍ଡିଆ ୱାନ୍ ଟି.ଭି. ପକ୍ଷରୁ ଆୟୋଜିତ “ୟେ ସାନ୍ ତ୍ରୀରଙ୍ଗା ହେ” କାର୍ଯ୍ୟକ୍ରମରେ ଗତ ୧୪ ତାରିଖରେ ସମାଜସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନୀତ ହୋଇଛନ୍ତି । ସୁଚନାଯୋଗ୍ୟ ଯେ, ଓଡ଼ିଶାର ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ପୋଲିସ ପବ୍ଲିକ ପ୍ରେସ୍ (ନେସନାଲ୍ ମାଗାଜିନ୍) ଏବଂ ଇଣ୍ଡିଆ ୱାନ୍ ଟି.ଭି. ପକ୍ଷରୁ ୭୨ତମ ସ୍ୱାଧୀନତା ଦିବସ ଅବସରରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ କଟକ-ଭୁବନେଶ୍ୱର ଟ୍ୱିନ୍ ସିଟି ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି, ରାଜ୍ୟ ଇନ୍କମ୍ଟାକ୍ସ କମିଶନର ଶରତ କୁମାର ଦାଶ, ଦୂରଦର୍ଶନର ବିନୋଦ ଗନ୍ଦର୍ଭ, ପୋଲିସ ପବି୍ଲକ ପ୍ରେସର ମୁଖ୍ୟ ସମ୍ପାଦକ ପବନ ଭୂତ, ସମାଜସେବୀ ନମ୍ରତା ଚଡା, କଂଗ୍ରେସ ନେତା ସୁରେଶ ରାଉତରାୟ, ମୁକେଶ ଗୋଏଙ୍କା, ଶିଳ୍ପପତି ସୁନିଲ ମୁରାର୍କା ପ୍ରମୁଖ ଯୋଗ ଦେଇ ଅନୁଗୁଳର ସଂଜୀବ କୁମାର ମାଣ୍ଡୋଠିଆଙ୍କୁ ସମାଜସେବୀ ଆୱାଡର଼୍ ପ୍ରଦାନ କରିଥିଲେ । ପୋଲିସ ପବ୍ଲିକ ପ୍ରେସ୍ର ମୁଖ୍ୟ ସମ୍ପାଦକ ପବନ ଭୂତ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ଆଗାମୀ ଦିନରେ ଓଡିଶା ପୋଲିସ ସହାୟତାରେ ଏଭଳି ଏକ କାର୍ଯ୍ୟକ୍ରମ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାର ସୂଚନା ରହିଛି