ପ୍ରଣବ ପଟ୍ଟନାୟକ ପାଇଲେ ପ୍ରଥମ ସିକନ୍ଦର ଆଲାମ ସ୍ମୃତି ସମ୍ମାନ

Jul 27, 2018 - 18:26
 178
ପ୍ରଣବ ପଟ୍ଟନାୟକ ପାଇଲେ ପ୍ରଥମ ସିକନ୍ଦର ଆଲାମ ସ୍ମୃତି ସମ୍ମାନ
ଭୁବନେଶ୍ୱର,୨୭/୭ (ସକାଳଖବର); ବିଶିଷ୍ଟ ସ୍ୱର ସାଧକ ଶ୍ରୀ ପ୍ରଣବ ପଟ୍ଟନାୟକ ଶୁକ୍ରବାର ପ୍ରଥମ ସିକନ୍ଦର ଆଲାମ ସ୍ମୃତି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଶୁକ୍ରବାର ସଚିବାଳୟ ଠାରେ ଆୟୋଜିତ ଏକ ସଂକ୍ଷିପ୍ତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ମାରକୀ ଓ ପଟ୍ଟବସ୍ତ୍ର ଦେଇ ଶ୍ରୀ ପଟ୍ଟନାୟକଙ୍କୁ ସମ୍ମାନିତ କରିଥିଲେ । ବିଶିଷ୍ଟ ସଂଗୀତ ଶିଳ୍ପୀ ସ୍ୱର୍ଗତ ମହମ୍ମଦ ରସିକନ୍ଦର ଆଲାମଙ୍କ ସ୍ମୃତିରେ ସିକନ୍ଦର ଆଲାମଙ୍କ ୭୯ତମ ଜୟନ୍ତୀ ଅବସରରେ ସିକନ୍ଦର ଆଲାମ ଫାଉଣ୍ଡେସନ୍ ପକ୍ଷରୁ ଏହି ପୁରସ୍କାର ଆରମ୍ଭ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ସିକନ୍ଦର ଆଲାମଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଂଜଳୀ ଅର୍ପଣ କରିଥିଲେ ଏବଂ ଶ୍ରୀ ପ୍ରଣବ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଥିଲେ