ହୋଣ୍ଡା ଗାଡ଼ି ବିକ୍ରି ସଂଖ୍ୟାରେ ବୃଦ୍ଧି

Jul 3, 2018 - 07:41
 194
ହୋଣ୍ଡା ଗାଡ଼ି ବିକ୍ରି ସଂଖ୍ୟାରେ ବୃଦ୍ଧି
ଗୁରୁଗ୍ରାମ,୩/୭(ସକାଳଖବର): ଚାହିଦା ବୃଦ୍ଧି ପରିପ୍ରେକ୍ଷୀରେ ହୋଣ୍ଡା ମୋଟସାଇକେଲ ଏଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ଼ର ଗାଡ଼ି ବିକ୍ରି ସଂଖ୍ୟା ଜୁନରେ ବୃଦ୍ଧି ଘଟିଛି । ଏହାର ଘରୋଇ ଗାଡ଼ି ବିକ୍ରି ଓ ରପ୍ତାନୀ ସଂଖ୍ୟାରେ ୨୮% ଅଭିବୃଦ୍ଧି ଘଟି ଏହି ସଂଖ୍ୟା ୫୭୧୦୨୦ ହୋଇଛି ଯାହା ଗତବର୍ଷ ଏହି ସମୟରେ ୪୪୪୫୨୮ ଥିଲା । ଏହି ବିକ୍ରି ବୃଦ୍ଧି ଯୋଗୁଁ କଂପାନୀର ବଜାର ଅଂଶ ପାଖାପାଖି ୧% ବୃଦ୍ଧି ପାଇଛି । ଘରୋଇ ଗାଡ଼ି ବିକ୍ରି ସଂଖ୍ୟାରେ ୨୯% ଅଭିବୃଦ୍ଧି ଘଟି ଏହି ସଂଖ୍ୟା ଜୁନ ମାସରେ ୫୩୫୪୯୪ ହୋଇଛି ଯାହା ଗତବର୍ଷ ୪୧୬୩୬୫ ଥିଲା । ଘରୋଇ କ୍ଷେତ୍ରରେ କଂପାନୀର ବଜାର ଅଂଶ ୧.୪% ବୃଦ୍ଧି ପାଇଛି । ଏହି ସମୟରେ ସ୍କୁଟର ବିକ୍ରି କ୍ଷେତ୍ରରେ ୩୩% ଅଭିବୃଦ୍ଧି ଘଟି ୩୬୧୨୩୬ ଖଣ୍ଡ ଗାଡ଼ି ବିକ୍ରି ହୋଇଛି ଯାହା ଗତବର୍ଷ ୨୭୧୦୦୭ ଥିଲା । ସେହିପରି ମୋଟରସାଇକେଲ ବିକ୍ରି ସଂଖ୍ୟା ୨୦% ବୃଦ୍ଧି ପାଇ ଏହା ୧୭୪୨୫୮ ହୋଇଛି ଯାହା ଗତବର୍ଷ ୧୪୫୩୫୮ ହୋଇଛି । ଗତ ଏପ୍ରିଲରୁ ଜୁନ ମାସ ମଧ୍ୟରେ କଂପାନୀର ଗାଡ଼ି ବିକ୍ରି ସଂଖ୍ୟାରେ ୧୬% ଅଭିବୃଦ୍ଧି ଘଟି ଏହା ମୋଟ ୧୮୦୪୫୩୭ ହୋଇଛି ଯାହା ଗତବର୍ଷ ୧୫୬୦୩୪୦ ଥିଲା । ୨୦୧୮-୧୯ରେ ହୋଣ୍ଡାର ରପ୍ତାନୀ ୩୯% ବୃଦ୍ଧି ପାଇ ଏହା ୧୧୪୧୩୨ ହୋଇଛି ଯାହା ଗତବର୍ଷ ୮୧୮୬୨ ଥିଲା । ।