ଚାଷୀଙ୍କୁ ୧୨,୭୦୦ କୋଟି ଟଙ୍କା ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ
କଟକ ତା,୩/୭(ସକାଳଖବର)
ଆଜି ସ୍ଥାନୀୟ ସହିଦ୍ ଭବନ ଠାରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ଜିଲ୍ଲାସ୍ତରୀୟ ‘ସମବାୟ ଆପଣଙ୍କ ଦ୍ୱାରରେ’ ସଚେତନତା ଅଭିଯାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ,ଖାଦ୍ୟ ଯୋଗାଣ,ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ ଉଦ୍ଘାଟନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର ସମବାୟ ମଜବୁତ ନହେଲେ କୃଷି ଓ କୃଷକର ଉନ୍ନତି ଅସମ୍ଭବ ବୋଲି ପ୍ରକାଶ କରିବା ସହ ଚାଷୀଙ୍କର ଆୟକୁ ୨ ଗୁଣ ବୃଦ୍ଧି କରିବା ପାଇଁ ୬୫ ଭାଗ ଋଣ ଚାଷୀମାନଙ୍କୁ କେବଳ ସମବାୟ ବ୍ୟାଙ୍କ ଜରିଆରେ ଯୋଗାଇ ଦିଆଯାଉଛି ବୋଲି କହିଥିଲେ । ରାଜ୍ୟରେ ଚାଷୀମାନଙ୍କ ପାଇଁ ୧ ପ୍ରତିଶତ ସୁଧ ହାରରେ ୧୨,୭୦୦ କୋଟି ଟଙ୍କା ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଥିବା ମନ୍ତ୍ରୀ ପ୍ରକାଶ କରିବା ସହିତ ୧ହଜାର କୋଟି ଟଙ୍କା ମିଆଦି ଋଣ ୨୦୧୮-୧୯ ଆର୍ଥିକ ବର୍ଷରେ ଯୋଗାଇ ଦିଆଯିବ ( ଟର୍ମ ଲୋନ୍) ଓ ଏଥିପାଇଁ ୧୦ ପ୍ରତିଶତ ଜମା ଦେବାର ଆବଶ୍ୟକତା ନାହିଁ । ସମବାୟ ସମିତି ମା୍ମମରେ ଚାଷୀମାନଙ୍କୁ ଏ ଦିଗରେ ସଚେତନ କରାଇବାକୁ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ । ରାଜ୍ୟ ସରକାର ଇତି ମ୍ମରେ କୃଷି ଓ କୃଷକମାନଙ୍କ ପାଇଁ ଏକ ନୂତନ ଅ୍ମାୟ ଯୋଡିଛନ୍ତି, ଯାହା ଦ୍ୱାରାକି ଚାଷ କାର୍ଯ୍ୟ ପାଇଁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ ୧ ପ୍ରତିଶତ ସୁଧ, ପ୍ରତ୍ୟେକ ଚାଷୀଙ୍କ ପାଇଁ କୃଷୀ ବୀମା, ଭୂମି ହୀନ, ପ୍ରକୃତ ଚାଷୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଯୁଗ୍ମ ଗୋଷ୍ଠୀ ଦେୟ ମା୍ମମରେ ( ଜେ.ଏଲ୍.ଜି) ଫସଲ ଋଣ ଯୋଗାଣ , ରୁପେ କିଶାନ୍ କାର୍ଡ ଦ୍ୱାରା ଏଟିଏମ୍ରୁ କୃଷି ଋଣ ଉଠାଣ, ନିୟନ୍ତ୍ରିତ ବଜାର କମିିଟି ଦ୍ୱାରା କୃଷିଜାତ ଦ୍ରବ୍ୟର ବିପଣନ ନିମନ୍ତେ ଆବଶ୍ୟକ ଭିତି ଭୂମିର ବ୍ୟବସ୍ଥା, କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପ୍ରଦାନ ନିମନ୍ତେ ମଣ୍ଡି ସ୍ତରରେ ଇ-ନିଲାମ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ । ଏହି ଅଭିଯାନ ଗତ ଜୁନ୍ ମାସ ୧ ତାରିଖଠାରୁ ଚଳିତମାସ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଥିବାରୁ ଏଥିପାଇଁ ସମବାୟ ସମିତି ମା୍ମମରେ କୃଷକମାନଙ୍କୁ ବ୍ୟପକ ସଚେତନ କରାଇବା ପାଇଁ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଶ୍ରୀ ବିରେନ୍ଦ୍ର ପ୍ରତାପ ସ୍ୱାଇଁ କାର୍ଯ୍ୟକ୍ରମରେ ଅ୍ମକ୍ଷତା କରି ଏହି ବ୍ୟାଙ୍କ କଟକ, ଯାଜପୁର, କେନ୍ଦ୍ରାପଡା, ଜଗତ୍ସିଂହପୁର ଆଦି ୪ ଗୋଟି ଜିଲ୍ଲାରେ ୪୬୮ ଟି ସେବା ସମବାୟ ସମିତି ମା୍ମମରେ ସେବା ଯୋଗାଉଥିବା ପ୍ରକାଶ କରିଥିଲେ ଓ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ରାଜ୍ୟର ୧୭ଟି କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ମରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ପ୍ରଥମ ହୋଇଥିବା ପ୍ରକାଶ କରିଥିଲେ । ଆଠଗଡ ବିଧାୟକ ତଥା ରାଜ୍ୟ ସମବାୟ ସେଲ୍ର ଆବାହକ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ କହିଲେ ଯେ ରାଜ୍ୟରେ ୧୭ ଲକ୍ଷ ଚାଷୀଙ୍କୁ ରୁପେ କାର୍ଡ ମିଳିଛି । ଚାଷୀମାନଙ୍କର କୃଷି ଉପôାଦନ ବଢାଇବା, ସେମାନଙ୍କର କ୍ରୟ କରିବାର କ୍ଷମତା ବଢାଇବା, ପ୍ରତି ପରିବାର ଯେପରି ସମବାୟ ସମିତିର ସଭ୍ୟ ହୋଇ ଏହାର ସୁବିଧା ନେବେ ଓ ପ୍ରତି ପରିବାରକୁ କିଶାନ କ୍ରେଡିଟ୍ କାର୍ଡ ଯୋଗାଇ ଦେବାକୁ ସମବାୟ ବିଭାଗର ଅଧିକାରୀମାନେ ଯନôବାନ ହେବାକୁ ଗୁରୁତ୍ୱାରୋପ କରିଥିଲେ