ବଜାଜ ଆଲିଆଞ୍ଜ ଲାଇଫ ଇନସ୍ୟୁରାନସ୍ର ତ୍ରୟମାସିକ ଆର୍ଥିକ ଫଳାଫଳ ଘୋଷଣା

Nov 6, 2018 - 20:47
 140
ପୁନେ, ୫/୧୧: ଦେଶର ଅଗ୍ରଣୀ ବେସରକାରୀ ବୀମାକାରୀ କଂପାନୀ ବଜାଜ ଆଲିଆଞ୍ଜ ଲାଇଫ ଇନସ୍ୟୁରାନସ୍ କଂପାନୀ ଲିମିଟେଡ଼ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସରେ ବ୍ୟକ୍ତିଗତ ନୂଆ ବ୍ୟବସାୟିକ କିସ୍ତିରେ ୨୪% ଅଭିବୃଦ୍ଧି ଲାଭ କରି ୩୪୬ କୋଟି ଟଙ୍କା ହୋଇଛି ଯାହା ପୂର୍ବ ଆର୍ଥିକ ବର୍ଷର ଏହି ସମୟରେ ୨୮୦ କୋଟି ଟଙ୍କା ଥିଲା । । ନୂଆ ବ୍ୟବସାୟିକ କିସ୍ତିରେ ପାରମ୍ପରିକ କିସ୍ତିର ପରିମାଣ ୩୯% ଅର୍ଥାତ ୮୭୦ କୋଟି ଟଙ୍କା ରହିଛି ଯାହା ଗତ ଆର୍ଥିକ ବର୍ଷର ଏହି ସମୟରେ ୨୮% ଅର୍ଥାତ ୭୪୪ କୋଟି ଟଙ୍କା ଥିଲା । ଫଳରେ ମୋଟ କିସ୍ତି ରାଶି ଏହି ତ୍ରୟମାସରେ ୨୦୮୩ କୋଟି ଟଙ୍କା ହୋଇଛି ଯାହା ଗତବର୍ଷ ଏହି ସମୟରେ ୨୦୧୫ କୋଟି ଟଙ୍କା ଥିଲା । ଏହି ତ୍ରୟମାସରେ ମୋଟ ସରକାରୀ ଓ ଘରୋଇ ବୀମା ଶିଳ୍ପର ନୂଆ ବ୍ୟବସାୟିକ କିସ୍ତି ଅଭିବୃଦ୍ଧି ୯.୯% ରହିଥିବାବେଳ ଘରୋଇ ବୀମା ଶିଳ୍ପର ଅଭିବୃଦ୍ଧି ୧୧.୪% ରହିଛି । କିନ୍ତୁ ବଜାଜ ଆଲିଆଞ୍ଜ ଲାଇଫ ଇନସ୍ୟୁରାନସ୍ କଂପାନୀର ଅଭିବୃଦ୍ଧି ୧୨.୭% ରହିଛି । ଏହି ସମୟରେ ବଜାଜ ଆଲିଆଞ୍ଜ ଲାଇଫ ଇନସ୍ୟୁରାନସ୍ କଂପାନୀର ପୁଞ୍ଜିରେ ୩୭% ଅଭିବୃଦ୍ଧି ଘଟି ଏହା ୫୪୬୩୬ କୋଟି ଟଙ୍କା ହୋଇଛି ଯାହା ଗତବର୍ଷ ଏହି ସମୟରେ ୩୯୮୯୫ କୋଟି ଟଙ୍କା ଥିଲା । ଏହି ଅଭିବୃଦ୍ଧି ଉପରେ ମତାମତ ଦେଇ ବଜାଜ ଆଲିଆଞ୍ଜ ଲାଇଫ ଇନସ୍ୟୁରାନସ୍ କଂପାନୀର ପରିଚାଳନା ନିଦେ୍ର୍ଧଶକ ତଥା ସିଇଓ ତରୁଣ ଚୁଗ୍ କହିଛନ୍ତି ଯେ, ବିଗତ ଦିନରେ ଆମେ କଂପାନୀରେ ଯଥେଷ୍ଟ ବିନଯୋଗ କରିଛୁ । ଏଥିଯୋଗୁଁ ଆମେ ଅନେକ ନୂତନ ଉପôାଦ ଓ ସେବା ଗ୍ରାହକଙ୍କୁ ଯୋଗାଇ ପାରିଛୁ । ତେଣୁ ସାଂପ୍ରତିକ ସଫଳତା ଏହାର ଏକ ନିଦର୍ଶନ ବୋଲି ସେ କହିଛନ୍ତି । ନୂତନତ୍ୱକୁ ନେଇ ଆଗାମୀ ଦିନରେ ଆମର ଏହି ଅଭିବୃଦ୍ଧି ଜାରି ରହିବ ବୋଲି ସେ କହିଛନ୍ତି । କଂପାନୀର ନୂଆ ଅନଲାଇନ୍ ୟୁଲିପ୍ ବଜାଜ ଆଲିଆଞ୍ଜ ଲାଇଫ ଗୋଲ ଆସ୍ୟୁର ଆରଓଏମସି ସହାୟତାରେ ଶୁଭାରମ୍ଭ ହେବାର ୯ ମାସ ମଧ୍ୟରେ ୧୬୦୦୦ ବୀମା କରିବାରେ ସମର୍ଥ ହୋଇଛି । ଏହି ବୀମାରୁ ବାର୍ଷିକ ୧୪୬ କୋଟି ଟଙ୍କା କିସ୍ତି ମିଳିବ ।