ବିଜ୍ଞାପନ ମାଧ୍ୟମରେ ୩୦୯ କମ୍ପାନୀଙ୍କୁ ନୋଟିସ

Jul 23, 2018 - 15:25
 176
ବିଜ୍ଞାପନ ମାଧ୍ୟମରେ ୩୦୯ କମ୍ପାନୀଙ୍କୁ ନୋଟିସ
କଟକ,୨୩ା୭(ସକାଳଖବର): କମ୍ପାନୀ ସଂକ୍ରାନ୍ତ କୌଣସି ତଥ୍ୟଗତ ଠିକଣା ନମିଳିବା, କିଛି ସଂସ୍ଥା ମାଲିକ ନୋଟିସ ପାଇ ହାଜର ନହେବା ନେଇ ଚିଟଫଣ୍ଡ କମିସନ ଜଷ୍ଟିସ ମଦନ ମୋହନ ଦାସଙ୍କ ପକ୍ଷରୁ ସମ୍ବାଦପତ୍ର ମାଧ୍ୟମରେ ୩୦୯ କମ୍ପାନୀଙ୍କୁ ନୋଟିସ ଜାରି କରିଛନ୍ତି । ଅସନ୍ତା ଅଗଷ୍ଟ ମାସ ୨୦ରୁ ଅକ୍ଟୋବର ମାସ ୨୦ତାରିଖ ମଧ୍ୟରେ ପର୍ଯ୍ୟାୟକ୍ରମେ ହାଜର ହେବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ତେବେ ଏହି ନୋଟିସରେ ଦର୍ଶାଯାଇଛି ଯେ ଜମାକାରୀଙ୍କ ପଞ୍ଚମ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ ଚାଲିଛି । ଯେଉଁ କ୍ଷୁଦ୍ର ଜମାକାରୀ ଅଭିଯୋଗ କରିଛନ୍ତି, କାହିଁକି ସେମାନଙ୍କ ଅଭିଯୋଗକୁ ଗ୍ରହଣ କରାନଯିବ ଓ ସେମାନଙ୍କୁ ପ୍ରକୃତ ଜମାକାରୀ ଭାବେ ବିଚାର କରାନଯିବ ବୋଲି ଦର୍ଶାଇ ଏହି ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି ।