ଚୌଦ୍ୱାର ଜେଲ ଅଧିକ୍ଷକ ଦାଖଲ କଲେ ସତ୍ୟପାଠ

May 15, 2018 - 14:25
 149
ଚୌଦ୍ୱାର ଜେଲ ଅଧିକ୍ଷକ ଦାଖଲ କଲେ ସତ୍ୟପାଠ
କଟକ,୧୫ା୫(ସକାଳଖବର): ପାରାଦୀପ ତାରିଣୀଗଡ଼ା ଗୁଳିକାଣ୍ଡ ମାମଲାରେ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ନିୟମିତ ଜାମିନ ଆବେଦନ ଉପରେ ହାଇକୋର୍ଟ ଡକ୍ଟର ଜଷ୍ଟିସ ଡି.ପି ଚୌଧୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମଙ୍ଗଳବାର ଚୌଦ୍ୱାର ଜେଲ ଅଧିକ୍ଷକ ବ୍ୟକ୍ତିଗତ ଭାବେ ହାଜର ହୋଇ ସତ୍ୟପାଠ ଦାଖଲ କରିଛନ୍ତି । ଏହି ମାମଲାରେ ଆସନ୍ତାକାଲି ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ତେବେ ପୂର୍ବରୁ କୋର୍ଟ ଦେଇଥିବା ଆଦେଶ ଅନୁସାରେ ଅଧିକ୍ଷକ ସତ୍ୟପାଠ ଦାଖଲ କରିଥିବାବେଳେ କୋର୍ଟ ଏଥିରେ ସନ୍ତୁଷ୍ଟ ନହୋଇ ବ୍ୟକ୍ତିଗତ ଭାବେ ହାଜର ହୋଇ କାରଣ ଦର୍ଶାଇବା ପାଇଁ ଆଦେଶନାମାରେ ସ୍ପଷ୍ଟ କରିଥିଲେ ।