ହାଇକୋର୍ଟରେ ଚଣ୍ଡିଖୋଲ ଛକରେ ଟ୍ରାଫିକ ସମସ୍ୟା

Aug 27, 2018 - 14:49
 229
ହାଇକୋର୍ଟରେ ଚଣ୍ଡିଖୋଲ ଛକରେ ଟ୍ରାଫିକ ସମସ୍ୟା
କଟକ,୨୭ା୮(ସକାଳଖବର): ଚଣ୍ଡିଖୋଲରେ ଫ୍ଲାଓ ଓଭର ବ୍ରିଜ ନିର୍ମାଣ ଓ ଟ୍ରାଫିକ ସମସ୍ୟାକୁ ନେଇ ଦାୟର ମାମଲା ଉପରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେ. ଏସ ଝାଭେରୀ ଓ ଜଷ୍ଟିସ କେ ଆର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ଣ୍ଣାଙ୍ଗ ଶୁଣାଣି କରି ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଯାଜପୁର ଜିଲାପାଳଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରବୋଧ ଚନ୍ଦ୍ର ନାୟକ ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ୫ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ସହ ଟ୍ରାଫିକ ସମସ୍ୟା ଦୂର କରିବା ନେଇ ସାମ୍ବାଦିକ ତଥା ସମାଜସେବୀ ପ୍ରଦୀପ୍ତ କୁମାର ପରିଡ଼ାଙ୍କ ପକ୍ଷରୁ ୨୦୧୦ରେ ଏକ ମାମଲା ଦାୟର ହୋଇଥିଲା । ଏହି ଛକ ଦେଇ କୋଲକତା- ବିଶାଖାପାଟଣା ଓ ପାରାଦୀପରୁ ଦୈତାରୀ ପର୍ଯ୍ୟନ୍ତ ଯାନବାହାନ ଚଳାଚଳ କରୁଛି । ଫଳରେ ଛକରେ ଟ୍ରାଫିକ ସମସ୍ୟା ଲାଗି ରହୁଛି । ରାଜପଥ ଠିକ ଭାବେ ନିର୍ମାଣ ହୋଇନଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟି ବହୁ ଲୋକଙ୍କ ପ୍ରାଣହାନି ଘଟୁଛି ବୋଲି ଆବେଦନକାରୀ ଦର୍ଶାଇଥିଲେ ।