ଗଣଶିକ୍ଷକ ସଂଘ ପକ୍ଷଭୁକ୍ତ ହେବା ପାଇଁ ହାଇକୋର୍ଟରେ ଆବେଦନ

Jun 10, 2018 - 13:33
 234
ଗଣଶିକ୍ଷକ ସଂଘ ପକ୍ଷଭୁକ୍ତ ହେବା ପାଇଁ ହାଇକୋର୍ଟରେ ଆବେଦନ
କଟକ,୧୦ ।୬(ସକାଳଖବର): ଓଟିଇଟି ପାସ୍ କରି ନଥିବା ଗଣଶିକ୍ଷକଙ୍କ ଚାକିରି ନିୟମିତକୁ ନେଇ ବିଚାରାଧୀନ ଜନସ୍ୱାର୍ଥ ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ହାଇକୋର୍ଟରେ ଓଡ଼ିଶା ଷ୍ଟେଟ୍ ପ୍ରାଇମେରୀ ଟିଚର୍ସ ଲେଭଲ-୫(ଏକ୍ସ କ୍ୟାଡର) ମହାସଂଘ ଏକ ପିଟିସନ୍ ଦାୟର କରିଛି । ତେବେ ଆବେଦନକାରୀ ଦର୍ଶାଇଛନ୍ତି ଯେ ଚାକିରି ନିୟମିତ ପ୍ରକ୍ରିୟାକୁ ଚାଲେଞ୍ଜ କରାଯାଇ ରୁଜୁ କରାଯାଇଥିବା ଏହି ମାମଲାରେ ରାଜ୍ୟର ସମସ୍ତ କାର୍ଯ୍ୟରତ ଗଣଶିକ୍ଷକଙ୍କୁ ପକ୍ଷଭୁକ୍ତ କରାଯିବା କଥା, ମାତ୍ର ତାହା ହୋଇନାହି । ଗଣଶିକ୍ଷକମାନେ ୨୦୦୮ମସିହାରେ ନିଯୁକ୍ତି ପାଇଥିବା ବେଳେ ପରବର୍ତ୍ତୀ ସମୟରେ ଶିକ୍ଷା ଅଧିକାର ଆଇନ ଆସିଥିଲା । ୨୦୧୨ରେ ରାଜ୍ୟ ସରକାର ଓଟିଇଟି ପରୀକ୍ଷା ବ୍ୟବସ୍ଥା ଆରମ୍ଭ କରିଥିଲେ । ତେବେ ଗଣ ଶିକ୍ଷକଙ୍କ ଚାକିରି ନିୟମିତ କରିବା ବେଳେ ଓଟିଇଟି ପାସ୍ ବାଧ୍ୟତାମୂଳକ କରାଯିବା ଉଚିତ ନୁହେଁ । ଏ ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ଗଣଶିକ୍ଷକଙ୍କୁ ପକ୍ଷ ରଖିବା ପାଇଁ ସୁଯୋଗ ଦିଆଯାଉ ବୋଲି ଆବେଦନପତ୍ରରେ ଦର୍ଶାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରସନ୍ନ କୁମାର ନନ୍ଦ ମାମଲା ରୁଜୁ କରିଛନ୍ତି । ସୂଚନାଯୋଗ୍ୟ ଯେ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ଗତ ଏପ୍ରିଲ ମାସ ୨୪ତାରିଖରେ ଓଟିଇଟି ପାସ୍ କରି ନଥିବା ଗଣଶିକ୍ଷକଙ୍କ ଚାକିରି ନିୟମିତ ହୋଇପାରିବନାହିଁ ବୋଲି ଅନ୍ତରୀଣ ନିଦେ୍ର୍ଧଶ ଦେଇଥିଲେ । ଓଟିଇଟି ପାସ୍ କରି ନଥିବା ଗଣଶିକ୍ଷକଙ୍କ ଚାକିରି ନିୟମିତ କରି ସେମାନଙ୍କୁ ସହକାରୀ ଶିକ୍ଷକ ଭାବେ ଗଣଶିକ୍ଷା ବିଭାଗ ନିଯୁକ୍ତି ପ୍ରଦାନ କରିପାରିବ ନାହିଁ ବୋଲି ନିଦେ୍ର୍ଧଶ ଦେଇଥିଲେ । ଅନ୍ୟପକ୍ଷରେ ଗଣଶିକ୍ଷକମାନେ ପୂର୍ବ ଭଳି କାର୍ଯ୍ୟ କରିବାରେ କୌଣସି ବାଧା ନାହିଁ ବୋଲି ନିଦେ୍ର୍ଧଶନାମାରେ ସ୍ପଷ୍ଟ କରାଯାଇଥିଲା । ଏହି ମାମଲାରେ ଗଣଶିକ୍ଷା ବିଭାଗକୁ ଜବାବ ଦାଖଲ ପାଇଁ ନିଦେ୍ର୍ଧଶ ଦିଆଯାଇଥିଲା ।