ଜେଏମଏମ ପକ୍ଷରୁ ରାଜପଥ ଅବରୋଧ

Aug 27, 2018 - 14:40
 173
ଜେଏମଏମ ପକ୍ଷରୁ ରାଜପଥ ଅବରୋଧ
ବାରିପଦା,୨୭/୦୮(ସକାଳଖବର): ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ତଥା ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଘଟିଥିବା ବିମାନ ଦୁର୍ଘଟଣାର ମୁକ ସାକ୍ଷୀ ରାସଗୋବିନ୍ଦପୁର(ଅମର୍ଦ୍ଧା) ବିମାନଘାଟି ଅବହେଳିତ ଅବସ୍ଥାରେ ପଡ଼ିରହିଛି । ଭାରତରେ ବି୍ରଟିଶ ଶାସନ ସମୟରେ ସାମରିକ ଦୃଷ୍ଟିକୋଣରୁ ଏହାର ଗୁରୁର୍ୱ ମହତ୍ୱ ଅନେକ ରହିଥିଲା । ଭାରତ ସ୍ୱଧୀନ ହେବା ପରେ ଭାରତ ସରକାର ଏହାର ଗୁରୁତ୍ୱକୁ ସଠିକ୍ ଭାବେ ଆକଳନ କରି ନ ପାରିବାରୁ ଏହା ପରିତ୍ୟକ୍ତ ଅବସ୍ଥାରେ ରହିଗଲା । ଉକ୍ତ ବିମାନଘାଟିର ପୁନରୁଦ୍ଧାର ଦାବି କରି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବିଭିନ୍ନ ସମୟରେ ଆନେ୍ଦାଳନ ଚଳାଇ ଆସୁଥିବା ସମୟରେ ଅଗଷ୍ଟ ୨୭ ସୋମବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ସାଢେ଼ ୧୨ଟା ପର୍ଯ୍ୟନ୍ତ ୧୮ ନମ୍ବର ଜାତୀୟ ରାଜପଥର ଦାନ୍ତିଆମୁହାଁ ଛକ, ପାଲବଣି ଗୋଲେଇ ଓ ମୁଗ୍ରାବାଡ଼ି ଗୋଲେଇ ସହିତ ଅମର୍ଦ୍ଧା ମଥାନୀ ଛକ ନିକଟରେ ଦଳର ରାଜ୍ୟ ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନାଙ୍କ ନେତୃତ୍ୱରେ ପ୍ରଭୂଦାନ ମାର୍ଣ୍ଡି, ପିଣ୍ଟୁ ମାଇତି, ନିମାଇଁ ତ୍ରିପାଠୀ, ଗଣେଶ ମହାନ୍ତି, ସତ୍ୟବାନ ପାଲ, ଜଗନ୍ନାଥ ସୋରେନ, ସୌମ୍ୟ ରଞ୍ଜନ ମିଶ୍ର, ବାଜୁନ ହାଁସଦାଃ, ଧନଞ୍ଜୟ ସାହୁ, ରାକେଶ ବେହେରା, ରବୀନ୍ଦ୍ର ସାହୁ, ମାନସ ବେହେରା ପ୍ରମୁଖ ଝାଡ଼ଖଣ୍ଡ ନେତା, କର୍ମୀ ଓ ସମର୍ଥକମାନେ ହରତାଳ ଚଳାଇଥିଲେ ।