ମିଲି ପଣ୍ଡାଙ୍କ ଟଙ୍କା ଓ ଅଳଙ୍କାର ବାଜ୍ୟାପ୍ତ ମାମଲା

Aug 27, 2018 - 14:50
 203
ମିଲି ପଣ୍ଡାଙ୍କ ଟଙ୍କା ଓ ଅଳଙ୍କାର ବାଜ୍ୟାପ୍ତ ମାମଲା
କଟକ,୨୭ା୮(ସକାଳଖବର): ଶୁଭଶ୍ରୀ ଦାସ ଓରଫ ମିଲି ପଣ୍ଡାଙ୍କ ଘରୁ ଜବତ ନଗଦ ଟଙ୍କା ଓ ସୁନା, ରୁପା ଅଳଙ୍କାର ବାଜ୍ୟାପ୍ତ ମାମଲାରେ ଦାୟର ଆବେଦନ ଉପରେ ନିମ୍ନ ଅଦାଲତ ଶୁଣାଣି କରି ଖାରଜ କରିବା ପରେ ଏହାକୁ ଚାଲେଞ୍ଜ କରି ହାଇକୋର୍ଟରେ ରୁଜୁ କରିଥିବା ମାମଲା ଉପରେ ହାଇକୋର୍ଟ ଚିତ୍ତ ରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି କେସ ଡାଏରୀ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ତେବେ ଏହି ମାମଲାରେ ୧ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ ମାନସ ଚାନ୍ଦ ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୦ମସିହାରେ ଦୁଇ ଜଣ ବ୍ୟକ୍ତି କିଛି ମାଓ ପୋଷ୍ଟର ଧରି ଯାଉଥିବାବେଳେ ବାଣପୁର ପୁଲିସ ଗାଡ଼ି ଯାଞ୍ଚ କରିବା ସମୟରେ ଧରିଥିଲା । ସେମାନଙ୍କୁ ଜେରା କରିବା ପରେ ମାଓ ପ୍ରଚାର ପାଇଁ ମିଲି ପଣ୍ଡା ପଠାଇଥିଲେ ବୋଲି ସ୍ୱୀକାର କରିଥିଲେ ।