ହକି ବିଶ୍ୱକପ ଖର୍ଚ୍ଚର ହିସାବକୁ ଲୁଚାଉଛନ୍ତି ସରକାର :ବିଜେପି
ଭୁବନେଶ୍ୱର, ୧୨/୨(ସକାଳଖବର): ଦୀର୍ଘ ୧୯ ବର୍ଷ ହେବ ରାଜ୍ୟରେ ଶାସନ କରୁଥିବା ରାଜ୍ୟସରକାର ଦୁର୍ନୀତି ଏବଂ ଭ୍ରଷ୍ଟାଚାରରେ ଲିପ୍ତ । ଗତ ବର୍ଷ ନଭେମ୍ବର ଏବଂ ଡିସେମ୍ବର ମାସରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହୋଇଥିବା ହକି ବିଶ୍ୱକପ ଖେଳରେ ବହୁ ଚର୍ଚ୍ଚିତ ଦିଲୀ୍ଲ ରାଜ୍ୟଗୋଷ୍ଠୀ କ୍ରୀଡାରେ ହୋଇଥିବା ଘୋଟାଲା ଭଳି ଘୋଟାଲା ହୋଇଛି । ହକି ବିଶ୍ୱକପ ଆୟୋଜନରେ ରାଜ୍ୟ ସରକାର କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ଏହାର ହିସାବ ଦେବା ପାଇଁ ସରକାର କାହିଁକି ଡରୁଛନ୍ତି । ଆରଟିଆଇ ଆକ୍ଟ ଦ୍ୱାରା ତଥ୍ୟ ବିଭିନ୍ନ ମହଲରୁ ତଥ୍ୟ ମଗାଯାଇଥିଲେ ମଧ୍ୟ ସରକାର ତାକୁ ଆର୍ଶ୍ଚଯ୍ୟଜନକ ଭାବେ କାହିଁକି ଏଡାଇ ଯାଉଛନ୍ତି ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ପ୍ରଶ୍ନ କରିଛିନ୍ତି ।
ମୁଖ୍ୟମନ୍ତ୍ରୀ ଥ୍ରୀ ଟିର କଥା କହୁଛନ୍ତି । ଟେକନଲୋଜି, ଟ୍ରାନ୍ସପରେନ୍ସି, ଟିମଓାର୍କ । ହେଲେ ନା ତାଙ୍କର ଟ୍ରାନ୍ସପରେନ୍ସି ଅଛି ନା ଅଛି ଟେକ୍ନୋଲୋଜି । ହକି ବିଶ୍ୱ କପ ଆୟୋଜନରେ ପାଖାପାଖି ୫୦ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଛି । ମୁଖ୍ୟମନ୍ତ୍ରୀଙ୍କର ଅସଲ ଉଦେ୍ଧଶ୍ୟ ଓଡିଶାରେ ହକିର ପ୍ରଚାର ପ୍ରସାର କରିବା ନୁହେଁ ବଂର କିପରି ହକିକୁ ଆଳ କରି ସରକାରୀ ଅର୍ଥକୁ କିପରି ଲୁଟାଯାଇପାରିବ ତାହା ଥିଲା ତାଙ୍କ ଉଦେ୍ଧଶ୍ୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ରାଜ୍ୟ ସରକାରଙ୍କୁ ହକି ଆୟୋଜନର କେତେ ଟଙ୍କା ଖର୍ଚ୍ଚ ହୋଇଛି ସେ ସର୍ମ୍ପକରେ ସୁଚନା ଅଧିକାର ଆଇନରେ ଯେତେ ପ୍ରଶ୍ନ ପଚରାଯାଉଛି କୌଣସି ପ୍ରଶ୍ନର ଉତର ଦେଉନାହାନ୍ତି । କାରଣ ରାଜ୍ୟ ସରକାରଙ୍କୁ ଭୟ ରହୁଛି ସମସ୍ତ ତଥ୍ୟ ପଦାକୁ ଆସିଲେ ସରକାରଙ୍କର ଦୁର୍ନୀତି ପଦାରେ ପଡିବ । ହକି ବିଶ୍ୱକପ ପାଇଁ ରାଜ୍ୟ ସରକାର ସମୁଦାୟ ୮୨ କୋଟି ଟଙ୍କା ସିଧାସଳଖ ଭାବେ ବଜେଟରେ ବ୍ୟବସ୍ଥା କରିଥିଲେ । ତାହା ସହ ଓଡିଶା ମାଇନିଙ୍ଗ କର୍ପୋରେସନ ମାଧ୍ୟମରେ ଆଉ ୬ କୋଟି ଟଙ୍କା ଦେଇଛନ୍ତି ।
ହକି ବିଶ୍ୱକପରେ କେବଳ ବିଜ୍ଞାପନରେ ଖର୍ଚ୍ଚ କରିଛନ୍ତି ୯ କୋଟି ଟଙ୍କା । ସେହି ଟଙ୍କାରେ ହକି ନୁହେଁ କେବଳ ମୁଖ୍ୟମନ୍ତ୍ରୀଙ୍କର ଫଟୋ ଥିବା ବିଜ୍ଞାପନ ଛପାଇ ନିଜର ପ୍ରଚାର ପ୍ରସାର କରିଛନ୍ତି । ଏହି ହକି ବିଶ୍ୱକପ ଦୁର୍ନୀତିରେ ରାଜ୍ୟସରକାରଙ୍କ ମୁଷ୍ଟିମୟ ଅଧିକାରୀମାନେ ସଂପୃକ୍ତ । ଯେଉଁଥିରେ କି୍ରଡା ବିଭାଗ କର୍ମଚାରୀ , ମୁଖ୍ୟମନ୍ତ୍ରୀ ତୃତୀୟ ମହଲାର ଅଫିସରମାନେ, ବିଏମସି, ବିଡିଏ ଭଳି ଅନୁଷ୍ଠାନ ଅଧିକାରୀମାନେ ମଧ୍ୟ ସାମିଲ । ମୁଖ୍ୟମନ୍ତ୍ରୀ ଦୁର୍ନୀତି ଏବଂ ଭ୍ରଷ୍ଟାଚାରରେ ସଂପୃକ୍ତି ଥିବା ଅଧିକାରୀମାନଙ୍କ ଉପରେ ଘଟଂ ଘୋଡାଇ ଚାଲିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ରାଜ୍ୟରେ ପ୍ରତିଷ୍ଠିତ କରିବାକୁ ଚାହୁଁନାହାନ୍ତି । ହକିର ଏନ୍ତୁଡିଶାଳ ହେଉଛି ଓଡିଶା କିନ୍ତୁ ରାଜ୍ୟସରକାର ଦୀର୍ଘ ୧୯ ବର୍ଷର ଶାସନ କାଳରେ ଗୋଟିଏ ବି ହକି ଷ୍ଟାଡିୟମ କରିନାହାନ୍ତି । ହକି ବିଶ୍ୱକପ ପାଇଁ ପ୍ରୋଭଜିନାଲ ବଜେଟରେ ୮୨ କୋଟି ୫୦ ଲକ୍ଷ ଟଙ୍କା ଏବଂ ବିଏମସିର ୫ କୋଟି ମିଶାଇ ସମୁଦାୟ ୮୭ କୋଟି ଟଙ୍କା ହୋଇଥିଲା । ଏବେ ୨ ମାସ ଧରି ଖେଳ ସରିବା ପରେ ବି ହକି ବିଶ୍ୱକପର ଆୟୋଜନ ଖର୍ଚ୍ଚର ହିସାବ ରାଜ୍ୟସରକାର ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।