ମୟୂରଭଂଜ ଜିଲ୍ଲା କ୍ରୀଡା ପ୍ରତିଭା ଚୟନ ପ୍ରକ୍ରିୟା

Jun 26, 2018 - 17:26
 168
ବାରିପଦା:୨୬/୦୬(ସକାଳଖବର)- ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ମୟୂରଭଞ୍ଜ ଜିଲ୍ଲା କ୍ରୀଡା ଅଧିକାରୀ ଓ ସଂପୃକ୍ତ ଶିକ୍ଷାନୁଷ୍ଠାନର କ୍ରୀଡା ଶିକ୍ଷକମାନଙ୍କ ମିଳିତ ସହଯୋଗରେ ଚଳିତ ଜୁନ ୨୯ରୁ ଜୁଲାଇ ୧୦ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକ୍ ଓ ସହରାଂଚଳ ଅଧିନସ୍ଥ ୪୭ଟି କ୍ଲଷ୍ଟରସ୍ତରୀୟ ବିଭିନ୍ନ ଉଚ୍ଚ ବିଦ୍ୟାଳୟମାନଙ୍କରେ କ୍ରୀଡା ପ୍ରତିଭା ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ । ଉକ୍ତ ଚୟନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ୦୧.୦୪.୨୦୧୮ ସୁଦ୍ଧା ୧୨ ବର୍ଷ ବୟସ ହୋଇଥିବା ପ୍ରତିଯୋଗିମାନେ କବାଡି, ଫୁଟବଲ, ଦୌଡକୁଦ, ତିରନ୍ଦାଜ ଓ ଭାର ଉତ୍ତୋଳନ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେଉଥିବା ବେଳେ ୧୨ ରୁ ୧୪ ବର୍ଷ ବୟସ ମଧ୍ୟରେ ଭଲିଭଲ ଓ ବାସକେଟ ବଲ ଏବଂ ୯ ରୁ ୧୦ ବର୍ଷ ବୟସ ମଧ୍ୟରେ ସନ୍ତରଣ ଓ ଜିମ୍ନାଷ୍ଟିକ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ ।