ପୁଲିସର ଆଇନଜୀବୀଙ୍କୁ ମାଡ଼ ଘଟଣା

Sep 1, 2018 - 14:51
 259
ପୁଲିସର ଆଇନଜୀବୀଙ୍କୁ ମାଡ଼ ଘଟଣା
କଟକ,୧ା୯(ସକାଳଖବର): ହାଇକୋର୍ଟର ଜଣେ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ଚାଉଳିଆଗଞ୍ଜ ପୁଲିସର ମାଡ଼ ଘଟଣାରେ କଟକ ବାର ଆସୋସିଏସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିବାବେଳେ ଏହି ଘଟଣାରେ ଓକିଲ-ପୁଲିସ ବିବାଦ ବୋଲି ଉଲ୍ଲେଖ କରାନଯାଉ ବୋଲି ଗଣମାଧ୍ୟମକୁ ଅନୁରୋଧ କରାଯାଇଛି । ତେବେ ଜଣେ ଶିକ୍ଷିତ ତଥା ଆଇନଜୀବୀଙ୍କୁ ସର୍ବସାଧାରଣରେ ମାଡ଼ ମରାଯିବା ଘଟଣା ଆଦୌ ଗ୍ରହଣୀୟ ନୁହେ ବୋଲି ଦର୍ଶାଇ କଟକ ବାର ଆସୋସିଏସନ ସଂପାଦକ ନରେଶ ଚନ୍ଦ୍ର ଜେନା କହିଛନ୍ତି ଯେ କୌଣସି ସାଧାରଣ ଲୋକଙ୍କୁ ବିଚ ରାସ୍ତା ଉପରେ ମାଡ଼ ମରାଯିବା ଯୁକ୍ତିଯୁକ୍ତ କି? ତେବେ ଏତଲା ଅନୁସାରେ ଜଣଙ୍କ ବିରୋଧରେ ଆଇପିସି ୩୦୭ ଦଫାରେ ମାମଲା ଦାୟର ହୋଇଥିବାବେଳେ ଅଭିଯୁକ୍ତକୁ ଗିରଫ କରାଯାଉନାହି । ତେବେ ଜଣେ ସାଧାରଣ ଲୋକଙ୍କ ବିରୋଧରେ ଏପରି ଦଫା ଲାଗିଥାନ୍ତା, ପୁଲିସ ସେହି ଲୋକକୁ ଗିରଫ ନକରି ଏପର୍ଯ୍ୟନ୍ତ କଣ ହାତ ବାନ୍ଧି ବସିଥାଆନ୍ତା କି ବୋଲି ସଂପାଦକ ପ୍ରଶ୍ନ କରିଛନ୍ତି ।