ସ୍ତ୍ରୀ ହତ୍ୟାକାରୀ ସ୍ୱମୀକୁ ଜେଲ ଓ ଜୋରିମାନା

Jul 6, 2018 - 14:13
 184
ବାରିପଦା,୬/୭(ସକାଳଖବର): ବିବାହ ପରେ ହୋଣ୍ଡା ସାଇନ ବାଇକ ଯୌତୁକ ଭାବେ ନ ଆଣିବା କାରଣରୁ ନିଜର ସ୍ତ୍ରୀକୁ ହତ୍ୟାକରିଥିବା ମାମଲାର ବିଚାର କରି ବାରିପଦା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ କାମ୍ ସହକାରୀ ସେସନ ଜଜ୍ ଡ଼ଃ. ଭି. ସୁଜାତା ଅଭିଯୁକ୍ତ ସ୍ୱାମୀ ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ବଡ଼ସରାସପୋଷି ଗ୍ରାମର ରବୀନ୍ଦ୍ର ଓରଫ ଲିଟୁ ମହାନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସହ ଭାରତୀୟ ପିଙ୍ଗଳ କୋଡର଼୍ ଧାରା ୫୦୬ ଓ ୪୯୮(ଏ) ଅନୁସାରେ(ପ୍ରତ୍ୟେକରେ ୩ ବର୍ଷ ସଶ୍ରମ କାରାଦଣ୍ଡ, ୫ଶହ ଟଙ୍କା ଅର୍ଥଦଣ୍ଡ ଏବଂ ଏହା ଅନାଦେୟ ହେଲେ ଅଧିକ ଏକ ମାସ ସଶ୍ରମ କାରାଦଣ୍ଡର ରାୟ ଶୁଣାଇଛନ୍ତି । ସେହିପରି ଯୌତୁକ ନିରୋଧ ଆଇନ ଅଣ୍ଡର ସେକ୍ସନ ୪ ଅନୁଶାରେ ୬ ମାସ ସଶ୍ରମ କାରାଦଣ୍ଡ, ୫ଶହ ଟଙ୍କା ଜୋରିମାନା ଓ ଅନାଦେୟରେ ଅଧିକ ଏକ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ହେବ ବୋଲି ବିଚାରପତି ଡ଼ଃ. ଭି. ସୁଜାତା ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।