କଲ୍ୟାଣ ମଣ୍ଡପକୁ ବେଆଇନ ଲାଇସେନ୍ସ

Sep 3, 2018 - 14:15
 238
କଲ୍ୟାଣ ମଣ୍ଡପକୁ ବେଆଇନ ଲାଇସେନ୍ସ
କଟକ,୩ା୯(ସକାଳଖବର): କଟକ ମହାନଗର ନିଗମ(ସିଏମସି) ଅଧିନରେ ଥିବା କଲ୍ୟାଣ ମଣ୍ଡପଗୁଡିକୁ ଏବେ ବେଆଇନ ଭାବେ ସର୍ତ୍ତମୂଳକ ଲାଇସେନ୍ସ ପ୍ରଦାନ କରାଯାଇଛି । ସର୍ତ୍ତମୂଳକ ଲାଇସେନ୍ସ ପ୍ରଦାନରେ ବ୍ୟାପକ ଅନିୟମିତତା ହେଉଥିବା ଦର୍ଶାଯାଇ ହାଇକୋର୍ଟରେ ଏକ ମିସ କେସ ଦାୟର ହୋଇଛି । ଏହି ଘଟଣାରେ କ୍ରାଇମବ୍ରାଞ୍ଚ କିମ୍ବା ଭିଜିଲାନ୍ସ ସଂସ୍ଥା ମାଧ୍ୟମରେ ତଦନ୍ତ କରାଯିବା ସହ ଏ ନେଇ ରେକର୍ଡ ତଲବ କରାଯାଉ ବୋଲି ପ୍ରାର୍ଥନା କରି ହାଇକୋର୍ଟରେ ଇ. ଭେଙ୍କଟ ରାଓ ଓ ଅନ୍ୟମାନଙ୍କ ପକ୍ଷରୁ ପୂର୍ବରୁ ଦାୟର ମାମଲା ଉପରେ ହାଇକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ଆମିକସ କୁ୍ୟରି ଅରୁଣ କୁମାର ବୁଦ୍ଧିଆଙ୍କ ପକ୍ଷରୁ ଏହି ମାମଲା ଦାୟର ହୋଇଛି । ମାମଲାର ବିବରଣୀରୁ ପ୍ରକାଶ ଯେ କଟକ ସହରରେ ରହିଥିବା କଲ୍ୟାଣ ମଣ୍ଡପ ଚାଲିବା ପାଇଁ ସର୍ତ୍ତାବଳୀ ରହିଛି । ତେବେ ସର୍ତ୍ତକୁ ଖିଲାପ କରି ଅନେକ ମଣ୍ଡପ ଚାଲିବା ନେଇ ହାଇକୋର୍ଟରେ ପୂର୍ବରୁ ମାମଲା ଦାୟର ହୋଇଥିବାବେଳେ ବେଆଇନ ମଣ୍ଡପ ସଂପର୍କରେ ଅନୁଧ୍ୟାନ କରିବା ପାଇଁ କୋର୍ଟ ଏକ ସବକମିଟି ଗଠନ ପାଇଁ ୨୦୧୫, ଡିସେମ୍ବର ମାସ ୩ତାରିଖରେ ନିଦେ୍ର୍ଧଶ ଦେଇଥିଲେ ।