ସେଣ୍ଟ୍ରିଂ ତଳେ ଚାପି ହୋଇ ଶ୍ରମିକ ମୃତ

Jul 21, 2022 - 05:58
 50
ସେଣ୍ଟ୍ରିଂ ତଳେ ଚାପି ହୋଇ ଶ୍ରମିକ ମୃତ
ମାଲକାନଗିରି: ସେଣ୍ଟ୍ରିଂ ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର। ମୃତ ଶ୍ରମିକ ଜଣଙ୍କ ହେଲେ ଦେବ ଶିଶା। ଖଇରପୁଟ ବ୍ଲକର ଗୋବିନ୍ଦପାଲ୍ଲୀ ଠାରୁ ବଡଡୁରାଲ ପର୍ୟ୍ୟନ୍ତ ରାସ୍ତା ମଝିରେ ଏକ ବ୍ରିଜ ନିର୍ମାଣ ହେଉଥିଲା। ଆଜି ସକାଳେ କିଛି ଶ୍ରମିକ ସେଠାରେ କାମ କରୁଥିଲେ। କାମ ଚାଲିଥିବା ବେଳେ ହଠାତ୍ ବ୍ରିଜର ସେଣ୍ଟ୍ରିଂ ଭୁଶୁଡ଼ି ପଡ଼ିଥିଲା। ଦେବ ସେଣ୍ଟେରିଂ ତଳେ ଚାପି ହୋଇ ରହି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଗୋବିନ୍ଦପାଲ୍ଲୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଜୟପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଦେବଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ବିଜ୍ରରେ କାମରେ କରୁଥିବା ଅନ୍ୟ ଶ୍ରମିକମାନେ ସୁସ୍ଥ ଥିବା ସୂଚନା ମିଳିଛି।