ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଇଡିର ସମନ, ହେବେ ଜେରା

Apr 14, 2022 - 08:03
 69
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଇଡିର ସମନ, ହେବେ ଜେରା
ଚଣ୍ଡିଗଡ: ବାଲି ଚୋରା ଚାଲାଣ ଘଟଣାରେ ପ୍ରର୍ବତ୍ତନ ନିର୍ଦ୍ଦେଶାଳୟ ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ପଚରାଉଚରା ପାଇଁ ସମନ ଜାରି କରିଛି । ସୂଚନାଅନୁସାରେ ଚନ୍ନିଙ୍କ ପୁତୁରା ଭୂପିନ୍ଦର ସିଂ ହନିଙ୍କ ପରେ ଏବେ ଇଡି ଜାଲରେ ପଡିଛନ୍ତି ଚନ୍ନି । ବାଲି ଚୋରା ଚାଲାଣ କାରବାରରେ ଚନ୍ନିଙ୍କୁ ପଚରାଉଚରା ପାଇଁ ଇଡି ସମନ ଜାରି କରିଛି । କିଛିଦିନ ତଳେ ଚନ୍ନିଙ୍କ ପୁତୁରାକୁ ସମାନ ଘଟଣା ନେଇ ଇଡି ଗିରଫ କରିଥିଲା । ତାଙ୍କ ପାଖରେ କୋଟି କୋଟି ଟଙ୍କା, ସୁନା ଓ ଏଦ ଦାମି ଘଣ୍ଟା ଜବତ ହୋଇଥିଲା । ଭୂପିନ୍ଦରଙ୍କୁ ଗିରଫ କରିବା ସହିତ ତାଙ୍କ ନାମରେ ଚାର୍ଜସିଟ ଦାଖଲ କରିଥିଲା । ଏପ୍ରିଲ ୬ ତାରିଖରେ କୋର୍ଟ ଭୂପିନ୍ଦରଙ୍କୁ ଜେଲ ପଠାଇଥିଲେ । ଏହି ବାଲି ଚୋରା ଚାଲାଣ କାରବାରରେ ସମ୍ପୃକ୍ତ ଥିବା ନେଇ ଅନୁମାନ କରି ଚନ୍ନିଙ୍କୁ ଟାର୍ଗେଟ କରିଛି ଇଡି । ତେବେ ଏହି ଘଟଣାରେ ଚନ୍ନିଙ୍କ ଲିଙ୍କ ଅଛି କି ନାହିଁ ତାହା ତଦନ୍ତ ପରେ ଜଣାପଡିବ । ଏହି କାରବାର କେତେ ଦୂର ଲମ୍ବିଛି ତାହା ମଧ୍ୟ ସ୍ପଷ୍ଟ ହୋଇଯିବ ।