କବାଡ଼ି ପ୍ରତିଯୋଗିତାରେ ଖଣ୍ଡଯୁଦ୍ଧ: ଦଶରଥପୁର ଟିମ୍ ଆକ୍ରମଣରେ ଚିତାଳୋ ଖେଳାଳି ଗୁରୁତର

Jan 16, 2023 - 10:21
 40
କବାଡ଼ି ପ୍ରତିଯୋଗିତାରେ ଖଣ୍ଡଯୁଦ୍ଧ: ଦଶରଥପୁର ଟିମ୍ ଆକ୍ରମଣରେ ଚିତାଳୋ ଖେଳାଳି ଗୁରୁତର
ଦଶରଥପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଳକସ୍ତରୀୟ କବାଡ଼ି ପ୍ରତିଯୋଗିତା ଦଶରଥପୁର ହାଇସ୍କୁଲରେ ଅନୁଷ୍ଠିତ ହେଉଥିବା ବେଳେ ତୁମୁଳକାଣ୍ଡ ଘଟିଛି। ସୂଚନା ଅନୁଯାୟୀ, ଦଶରଥପୁର ପଞ୍ଚାୟତ ଟିମ୍ ଏବଂ ଚିତାଳୋ ଟିମ୍ ମଧ୍ୟରେ ଖେଳ ଚାଲିଥିଲା। ଏହା ମଧ୍ୟରେ ଦଶରଥପୁର ପଞ୍ଚାୟତ ଖେଳାଳିମାନେ ଚିତାଳୋ ଖେଳାଳିଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଚିତାଳୋ ପଞ୍ଚାୟତର ରାଜେଶ ମୁଣ୍ଡା ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।