ସୂଚନାଦାତା ସନେ୍ଦହରେ ଜଣଙ୍କୁ ହତ୍ୟା

Jul 3, 2018 - 14:19
 177
ମାଲକାନଗିରି, ୩/୭ (ସକାଳଖବର) - ସୁକୁମା ଜିଲ୍ଲା ଫୁଲବଗଡ଼ି ଥାନା ଅନ୍ତର୍ଗତ ବଡେ଼ସେଟୁଟି ଅଂଚଳକୁ ଯବାନମାନେ ସର୍ଚ୍ଚ ଅପରେସନରେ ଯାଉଥିବାବେଳେ ଗାନ୍ଧାରପାରା ଜଙ୍ଗଲରେ ଯବାନଙ୍କୁ ଦେଖି ଧାଇଁ ପଳାଇବାକୁ ଚେଷ୍ଟା କରୁଥିବା ଜନ ମିଲିସିଆ ଡେପୁଟି କମାଣ୍ଡର ମାଡ଼ବି ସୁଖରାମ(୧୯)କୁ ଧରିବାରେ ସଫଳ ହୋଇଥିଲେ । ସେହିପରି ଅନ୍ୟ ଏକ ଘଟଣାରେ ମାଓବାଦୀମାନେ ପାଖନାର ଥାନା ମୁଦେନାର ଗ୍ରାମରେ ପୋଲିସ ସୂଚନାଦାତା ସନେ୍ଦହରେ ହୁଙ୍ଗା ନାମକ ଜଣେ ଗ୍ରାମବାସୀଙ୍କୁ ଗୁଳିକରି ହତ୍ୟା କରିଥିବା ଜଣାପଡ଼ିଛି ।