ମାଓ ନେତା ସବ୍ୟସାଚୀଙ୍କ ମାମଲାରେ ସିଡି ଦାଖଲ ନିଦେ୍ର୍ଧଶ

Jul 3, 2018 - 14:00
 184
କଟକ,୩ା୭(ସକାଳଖବର): ମାଓ ନେତା ସବ୍ୟସାଚୀ ପଣ୍ଡା ଓରଫ ସୁନୀଲ ଓରଫ ଶରତଙ୍କ ନିୟମିତ ୯ଟି ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି କେସ ଡାଏରୀ ଦାଖଲ ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଏଜିଏ ଦିଲ୍ଲୀପ ମିଶ୍ର ପରିଚାଳନା କରୁଛନ୍ତି । ଏଠାରେ ସୂଚନାଯୋଗ୍ୟ ପୂର୍ବରୁ ଏହି ମାମଲାରେ କୋର୍ଟ ଶୁଣାଣି କରି ଆବେଦନକାରୀଙ୍କ ବିରୋଧରେ ନିମ୍ନ ଅଦାଲତରେ କେତେ ଅପରାଧିକ ମାମଲାରେ ସାକ୍ଷ୍ୟ ଗ୍ରହଣ ହୋଇଛି ଓ ଏହାର ସ୍ଥିତି କଣ ରହିଛି ସେ ନେଇ ସତ୍ୟପାଠ ଦେବାକୁ ନିଦେ୍ର୍ଧଶ ଦେଇଥିଲେ ।