ବିଚାର ବିଭାଗୀୟ ଅଧିକାରୀଙ୍କ ଚୌଦ୍ୱାର ଜେଲ ପରିଦର୍ଶନ

Sep 16, 2018 - 17:59
 214
ବିଚାର ବିଭାଗୀୟ ଅଧିକାରୀଙ୍କ ଚୌଦ୍ୱାର ଜେଲ ପରିଦର୍ଶନ
କଟକ,୧୬ା୯(ସକାଳଖବର): କଟକ ଜିଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲା ଓ ଦୌରାଜଜ ସତ୍ୟନାରାୟଣ ମିଶ୍ରଙ୍କ ତତ୍ତ୍ୱାବଧାନରେ ବିଚାର ବିଭାଗୀୟ ଅଧିକାରୀମାନେ ଚୌଦ୍ୱାର ମଣ୍ଡଳ କାରାଗାର ପରିଦର୍ଶନ କରିବା ସହ କାରାଗାରରେ ବନ୍ଦୀ ଥିବା କଏଦୀ ଓ ବିଚାରଧିନ ବନ୍ଦୀମାନଙ୍କ ସହ ଆଲୋଚନା କରିବା ସହ ବନ୍ଦୀମାନଙ୍କ ଅଧିକାର ସଂପର୍କରେ ଅବଗତ କରାଯାଇଥିଲା । ଯେଉଁ କଏଦୀମାନେ ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି, ସେମାନଙ୍କୁ ନ୍ୟାୟ ପ୍ରଦାନ ନେଇ କିପରି ଉଚ୍ଚତମ ନ୍ୟାୟଳୟରେ ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ଅପିଲ ହୋଇପାରିବ ସେ ସଂପର୍କରେ କଏଦୀମାନଙ୍କୁ ଅବଗତ କରାଯାଇଥିଲା । କୌଣସି ବନ୍ଦୀ ଯେପରି କୌଣସି ସମୟରେ ଆଇନ ସେବା ପାଇବାରୁ ବଞ୍ଚôତ ନହୁଅନ୍ତି ସେଥିପାଇଁ ଏହି ଅଧିକାରୀମାନେ ଜେଲ ଅଧିକ୍ଷକଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଅନ୍ୟପକ୍ଷରେ ଏହି ଅଧିକାରୀମାନେ ଜେଲ ରୋଷ ଗୃହ, ଡାକ୍ତରଖାନା ଓ ଅନ୍ୟାନ୍ୟ ସ୍ଥାନ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନରେ ରାଜ୍ୟ ଆଇନ ସେବା ପ୍ରାଧିକରଣ ସଦସ୍ୟ ସଚିବ ବାଳକୃଷ୍ଣ ମହାପାତ୍ର, ହାଇକୋର୍ଟ ଆଇନ ସେବା କମିଟି ସଚିବ ସଂଗ୍ରାମ ପଟ୍ଟନାୟକ ସାମିଲ ହୋଇଥିବାବେଳେ ସିଭିଲ କୋର୍ଟସ ରେଜିଷ୍ଟ୍ରାର ବିଭୁପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।