ସିଏସଆରକାର୍ଯ୍ୟକ୍ରମ ନିମନ୍ତେ ଜେଏସପିଏଲ ଫାଉଣ୍ଡେସନ ସମ୍ମାନୀତ

Sep 10, 2018 - 16:54
 186
ସିଏସଆରକାର୍ଯ୍ୟକ୍ରମ ନିମନ୍ତେ ଜେଏସପିଏଲ ଫାଉଣ୍ଡେସନ ସମ୍ମାନୀତ
ଭୁବନେଶ୍ୱର,୧୦|୯(ସକାଳଖବର):ଜିନ୍ଦଲ ଷ୍ଟିଲ୍ଏଣ୍ଡ୍ ପାୱାରଲିମିଟେଡ୍ (ଜେଏସପିଏଲ)ର ସିଏସଆରଶାଖାଭାବରେ କାର୍ଯ୍ୟକରୁଥିବା, ଜେଏସପିଏଲ ଫାଉଣ୍ଡେସନକୁ ସିଏସଆରଲିଡରସିପ୍ ଆୱାର୍ଡ ସମ୍ମାନରେ ସମ୍ମାନୀତ କରାଯାଇଛି । ଓଡିଶା ସିଏସଆରଫୋରମ୍ ପକ୍ଷରୁ ଆୟୋଜିତ ଏକ ସେମିନାରରେ ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀଶଶିଭୂଷଣବେହେରାଙ୍କଠାରୁ ଜେଏସପିଏଲ ଫାଉଣ୍ଡେସନରସଂପାଦକ ତଥା ଜେଏସପିଏଲରସିଏସଆ ର୍ଗ୍ରୁ ପ୍ମୂଖ୍ୟଏହି ପୁରସ୍କାରଗ୍ରହଣକରିଥିଲେ । ଓଡିଶା, ଛତିଶଗଡ, ଝାରଖଣ୍ଡ ଓ ଅନ୍ୟାନ୍ୟରାଜ୍ୟରେଜେଏସପିଏଲଫାଉଣ୍ଡେସନଶିକ୍ଷା, ସ୍ୱାସ୍ଥ୍ୟ, ଭିତିଭୂମିବିକାଶ, ମହିଳାସଶକ୍ତିକରଣ, କୌଶଳବିକାଶ, କଳା ଓ ସଂସ୍କୃତି ଆଦି କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଛି । ଏହିକାର୍ଯ୍ୟକ୍ରମ ଦ୍ୱାରା ୧୫ ଲକ୍ଷରୁ ଅଧିକ ଲୋକମାନଙ୍କ ନିକଟରେ ଜେଏସପିଏଲଫାଉଣ୍ଡେସନ ପହଂଚି ପାରିଛି । ଜେଏସପିଏଲ ଫାଉଣ୍ଡେସନରସହ-ଅଧ୍ୟକ୍ଷା ଶ୍ରୀମତି ଶାଲୁଜିନ୍ଦଲ କହିଥିଲେ ଯେ, ସମାଜର ଦୁର୍ବଳଶ୍ରେଣୀର ଲୋକମାନଙ୍କ ବିକାଶ ନିମନ୍ତେ ଜେଏସପିଏଲଫାଉଣ୍ଡେସନ ସର୍ବଦା କାର୍ଯ୍ୟକରିଆସୁଛି । ସେମାନଙ୍କ ନିମନ୍ତେ ଅଧିକକାର୍ଯ୍ୟକରିବା ନିମନ୍ତେ ଏହି ପୁରସ୍କାର ନିଶ୍ଚିନ୍ତଭାବରେପ୍ରେରଣାଯୋଗାଇବବୋଲିସେକହିବାସହିତଓଡିଶାସିଏସଆରଫୋରମ୍ଓ ଜୁରୀ ମେମ୍ବରମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏକମାତ୍ର କର୍ପୋରେଟ୍ଫାଉଣ୍ଡେସନଭାବରେ ଜେଏସପିଏଲଫାଉଣ୍ଡେସନ ଏହିସେମିନାରରେ ସମ୍ମାନୀତ ହୋଇଥିଲା । ଏହି ଅବସରରେ ଓୟୁଏଟିର ଭାଇସ୍ଚାନ୍ସେଲର ଡଃଏସ. ପଶୁପାଳକ, ଅତିରିକ୍ତପୋଲିସ୍ମହାନିର୍ଦେଶକଡଃସୁଧାଂଶୁଶଡଙ୍ଗି, ଯୁଗ୍ମ ନିର୍ଦେଶକଶ୍ରୀମତି ଅଂଜନା ପଣ୍ଡା,ଓଡିଶାସିଏସଆରଫୋରମ୍ର ଆବାହକ ଶ୍ରୀବି.କେ. ମିଶ୍ର, ଏବଂ ଅନ୍ୟାନ୍ୟବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଏଠାରେସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ମାସରେ, ରାୟପୁରଠାରେ ଅନୁଷ୍ଠିତଇଣ୍ଡିଆସିଏସଆରଲିଡରସିପ ସମିଟ୍ରେଜେଏସପିଏଲସିଏସଆରପ୍ରୋଜେକ୍ଟ ଅଫ୍ ଦ ଡିକେଡ୍ ୨୦୧୮ ସମ୍ମାନରେ ସମ୍ମାନୀତ ହୋଇଥିଲା ।