କର୍ପୋରେଟ୍ କମୁ୍ୟନିକେସନ ଉକ୍ରର୍ଷ ପାଇଁ ଡକ୍ଟର ବିଭୁଦତ୍ତ ସମ୍ବର୍ଦ୍ଧିତ

Sep 10, 2018 - 16:48
 183
କର୍ପୋରେଟ୍ କମୁ୍ୟନିକେସନ ଉକ୍ରର୍ଷ ପାଇଁ ଡକ୍ଟର ବିଭୁଦତ୍ତ ସମ୍ବର୍ଦ୍ଧିତ
ଭୁବନେଶ୍ୱର,୧୦|୯(ସକାଳଖବର):ଡକ୍ଟର ବିଭୁଦତ୍ତ ମହାପାତ୍ର, ଏଭିପି (ଆସୋସିଏଟ୍ ଭାଇସ୍ ପ୍ରେସିଡେଂଟ୍)-କର୍ପୋରେଟ୍ ଯୋଗାଯୋଗ ଓ ସିଏସ୍ଆର୍, ଆଦିତ୍ୟ ବିର୍ଲା ଗ୍ରୁପ୍ଙ୍କୁ କର୍ପୋରେଟ୍ ଯୋଗାଯୋଗ କ୍ଷେତ୍ରରେ ଉକ୍ରର୍ଷ ପାଇଁ “ବେଷ୍ଟ୍ କର୍ପୋରେଟ୍ କମୁ୍ୟନିକେସନ ଆଣ୍ଡ୍ ପ୍ରଫେସନାଲ୍ ଆୱାର୍ଡ’ ପ୍ରଦାନ କରାଯାଇଛି । ଉକ୍ରଳ ସାମ୍ବାଦିକ ସଂଘ ଓ ଭୁବନେଶ୍ୱର ମିଡିଆ ଫୋରମ୍ ପକ୍ଷରୁ ଭୁବନେଶ୍ୱର ଠାରେ ଆୟୋଜିତ ଜାତୀୟ ମିଡିଆ ଏକ୍ସପୋ ଅବସରରେ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ଶଶି ଭୂଷଣ ବେହେରା ଓ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସୌମ୍ୟ ରଂଜନ ପଟ୍ଟନାୟକ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉକ୍ରଳ ସାମ୍ବାଦିକ ସଂଘର ସଭାପତି ଶ୍ରୀଯୁକ୍ତ ବିଭୂତି କର ଓ ଭୁବନେଶ୍ୱର ମିଡିଆ ଫୋରମ୍ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପପୁ ମହାନ୍ତି ଉପସ୍ଥିତ ଥିଲେ । ସେ ତାଙ୍କର କ୍ୟାରିୟର ସମ୍ବାଦରୁ ଆରମ୍ଭ କରିଥିଲେ ଓ ଇଣ୍ଡିଆନ୍ ଏକ୍ସପ୍ରେସ୍ରେ ମଧ୍ୟ ତାଙ୍କର କାର୍ଯ୍ୟ ଅଭିଜ୍ଞତା ରହିଛି । ଆଇଆଇଏମ୍ସି, ଢେଙ୍କାନାଳର ଆଲୁମିନି ବିଭୁଦତ୍ତ ସେଠାରେ କିଛିଦିନ ପାଇଁ ଫାକଲ୍ଟି ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । କେତେକ ଅଗ୍ରଣୀ କର୍ପୋରେଟ୍ ଯଥା ବେଦାନ୍ତ ଆଲୁମିନିୟମ ଲିମିଟେଡ୍ ଓ ଏସେଲ୍ ମାଇନିଂ ଇଣ୍ଡଷ୍ଟି୍ରଜ୍ ଲିମିଟେଡ୍ (ଇଏମ୍ଆଇଏଲ୍)ରେ ଲୋକ ସମ୍ପର୍କ ଓ କର୍ପୋରେଟ୍ ଯୋଗାଯୋଗ କ୍ଷେତ୍ରରେ ଅନେକ ନୂତନତା ଆଣିପାରିଛନ୍ତି । ଶ୍ରୀଯୁକ୍ତ ମହାପାତ୍ରଙ୍କର ସାମ୍ବାଦିକତା ଓ ଯୋଗାଯୋଗ କ୍ଷେତ୍ରରେ ୧୭ ବର୍ଷରୁ ଅଧିକ ବର୍ଷର ଅଭିଜ୍ଞତା ରହିଛି । ବିଭୁଦତ୍ତତ୍ତ ଅବସରପ୍ରାପ୍ତ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଓ ପୂର୍ବତନ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସକ ଶ୍ରୀ ବଂଶୀଧର ମହାପାତ୍ର ଓ ଶ୍ରୀମତୀ ଜ୍ୟୋତିର୍ମୟୀ ମହାପାତ୍ରଙ୍କ ପୁତ୍ର ଅଟନ୍ତି ।