ଟାଟା ଷ୍ଟିଲ ପକ୍ଷରୁ ପ୍ରଥମ ତ୍ରୟମାସର ଉପôାଦନ ଓ ବିକ୍ରି ଫଳାଫଳ ଘୋଷଣା

Jul 6, 2018 - 15:07
 172
ମୁମ୍ବାଇ,୬/୭: ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୨୦୧୯ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଭାରତରେ ଟାଟା ଷ୍ଟିଲ ଉପôାଦନ ୩.୧୭ ନିୟୁତ ଟନ୍ ହୋଇଛି ଯାହା ପୂର୍ବ ଆର୍ଥିକ ବର୍ଷର ଏହି ସମୟରେ ୨.୯୪ ନିୟୁତ ଟନ୍ ଥିଲା । ଗତ ଆର୍ଥିକ ବର୍ଷର ଶେଷ ତ୍ରୟମାସରେ ଉପôାଦନ ୩.୦୭ ନିୟୁତ ଟନ୍ ଥିଲା । ସେହିପରି ଏହି ସମୟରେ ବିକ୍ରି ପରିମାଣ ଯଥାକ୍ରମେ ୨.୯୭, ୨.୭୫ ଓ ୩.୦୩ ନିୟୁତ ଟନ୍ ରହିଛି । ସେହିପରି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ୟୁରୋପରେ ଟାଟା ଷ୍ଟିଲ ଉପôାଦନ ୨.୮୧ ନିୟୁତ ଟନ୍ ହୋଇଛି ଯାହା ପୂର୍ବ ଆର୍ଥିକ ବର୍ଷର ଏହି ସମୟରେ ୨.୭୯ ନିୟୁତ ଟନ୍ ଥିଲା । ଗତ ଆର୍ଥିକ ବର୍ଷର ଶେଷ ତ୍ରୟମାସରେ ଉପôାଦନ ୨.୬୩ ନିୟୁତ ଟନ୍ ଥିଲା । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ୟୁରୋପରେ ଟାଟା ଷ୍ଟିଲ ବିକ୍ରି ୨.୪୩ ନିୟୁତ ଟନ୍ ହୋଇଛି ଯାହା ପୂର୍ବ ଆର୍ଥିକ ବର୍ଷର ଏହି ସମୟରେ ୨.୪୦ ନିୟୁତ ଟନ୍ ଥିଲା । ଗତ ଆର୍ଥିକ ବର୍ଷର ଶେଷ ତ୍ରୟମାସରେ ବିକ୍ରି ୨.୫୫ ନିୟୁତ ଟନ୍ ଥିଲା । ଅନ୍ୟପକ୍ଷରେ ଦକ୍ଷିଣ-ପୂର୍ବ ଏସିଆରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଟାଟା ଷ୍ଟିଲ ଉପôାଦନ ୦.୫୨ ନିୟୁତ ଟନ୍ ହୋଇଛି ଯାହା ପୂର୍ବ ଆର୍ଥିକ ବର୍ଷର ଏହି ସମୟରେ ୦.୫୦ ନିୟୁତ ଟନ୍ ଥିଲା । ଗତ ଆର୍ଥିକ ବର୍ଷର ଶେଷ ତ୍ରୟମାସରେ ଉପôାଦନ ୦.୫୬ ନିୟୁତ ଟନ୍ ଥିଲା । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଦକ୍ଷିଣ-ପୂର୍ବ ଏସିଆରେ ଟାଟା ଷ୍ଟିଲ ବିକ୍ରି ୦.୬୦ ନିୟୁତ ଟନ୍ ହୋଇଛି ଯାହା ପୂର୍ବ ଆର୍ଥିକ ବର୍ଷର ଏହି ସମୟରେ ୦.୬୦ ନିୟୁତ ଟନ୍ ଥିଲା । ଗତ ଆର୍ଥିକ ବର୍ଷର ଶେଷ ତ୍ରୟମାସରେ ବିକ୍ରି ୦.୬୨ ନିୟୁତ ଟନ୍ ଥିଲା । କଳିଙ୍ଗନଗର କାରଖାନାର କାର୍ଯ୍ୟଦକ୍ଷତା ବୃଦ୍ଧି ଯୋଗୁଁ ୨୦୧୮ ଆର୍ଥିକ ବର୍ଷର ଶେଷ ତ୍ରୟମାସ ତୁଳନାରେ ୨୦୧୯ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଉପôାଦନ ଅଧିକ ହୋଇଛି । ଅଟୋମୋଟିଭ ଓ ସ୍ୱତନ୍ତ୍ର ସାମଗ୍ରୀ ବିକ୍ରିରେ ମଧ୍ୟ ବୃଦ୍ଧି ଘଟିଛି ।