ସାଂଘାତିକ ଅଭିଯୋଗ: ରାଜଧାନୀରେ ହାଜତ ମୃତ୍ୟୁ

Apr 18, 2022 - 05:57
 48
ସାଂଘାତିକ ଅଭିଯୋଗ: ରାଜଧାନୀରେ ହାଜତ ମୃତ୍ୟୁ
ଭୁବନେଶ୍ୱର: ଭୁବନେଶ୍ୱର ବଡ଼ଗଡ ଥାନା ପୁଲିସ୍‌ ହେପାଜତରେ ଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ପରି ସାଂଘାତିକ ଅଭିଯୋଗ ହୋଇଛି । ମୃତକ ହେଲେ ବଡ଼ଗଡ଼ ଥାନା କପିଳପ୍ରସାଦ ଅଞ୍ଚଳର ପ୍ରଦୀପ ସାହୁ । ପ୍ରଦୀପଙ୍କୁ ମାରିଦିଆଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ । ପ୍ରଦୀପଙ୍କ ପତ୍ନୀଙ୍କ କହିବା ଅନୁସାରେ, ‘ଗତକାଲି ରାତିରେ ପ୍ରଦୀପ ରସୁଲଗଡ ଘରକୁ ଆସୁଥିଲେ । ଏହାପରଠାରୁ ତାଙ୍କ ମୋବାଇଲ୍ ସ୍ୱିଚ୍ ଅଫ୍ ହୋଇଯାଇଥିଲା । ତେବେ ରାତି ପ୍ରାୟ ଗୋଟାଏରେ ପୁଲିସ୍‌ ଆସି କ୍ୟାପିଟାଲ ହସ୍ପିଟାଲ ଯିବାକୁ କହିଥିଲା । ସେଠାରେ ଯାଇ ପଚାରିବା ବେଳେ ପ୍ରଦୀପଙ୍କ ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଲୁ। ପୁଲିସ୍‌ ମୋ ସ୍ୱାମୀକୁ ହତ୍ୟା କରି ମୋତେ ଆସି ଖବର ଦେଲା ।’ ପୁଲିସ୍‌ର ସୂଚନା ଅନୁଯାୟୀ, ମୃତ ପ୍ରଦୀପ ସାହୁଙ୍କ ନାମରେ ଏକାଧିକ ଚୋରି ମାମଲା ରହିଛି । ଗତକାଲି ବ୍ରହ୍ମେଶ୍ୱର ପାଟଣାରେ ରାତି ୮ଟାରେ ପ୍ରଦୀପକୁ ଧରିବାକୁ ଚେଷ୍ଟା ବେଳେ ସେ ପଡିଯାଇଥିଲା । ତାକୁ ଥାନାକୁ ନିଆଯାଇଥିଲା ଓ ସେଠାରେ ତା’ ଦେହ ଅସୁସ୍ଥ ହୋଇପଡ଼ିଥିଲା । କ୍ୟାପିଟାଲ ହସ୍ପିଟାଲ ନେବା ପରେ ସେଠାରେ ତାର ମୃତ୍ୟୁ ହୋଇଛି ବୋଲି ପୁଲିସ୍‌ କହିଛି ।