ଜଳିଗଲା ଚଳନ୍ତା କାର୍

Jan 20, 2022 - 05:49
 75
ଜଳିଗଲା ଚଳନ୍ତା କାର୍
କଟକ : କଟକ ଲିଙ୍କ୍ ରୋଡ୍ ଫ୍ଲାଏ ଓଭରରେ ଜଳିଗଲା ଚଳନ୍ତା କାର୍। ନିଆଁ ଲିଭାଇବା ପରେ କାର୍‌କୁ ଜବତ କଲା ମଧୁପାଟଣା ପୋଲିସ। ତେବେ ଏହି ଦୁର୍ଘଟଣାରୁ କାର୍ ଚାଳକଙ୍କ ସମେତ ୪ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ମୁତାବିକ, ବୁଧବାର ଅପରାହ୍ନ ସମୟରେ ଏକ ନାଲି ରଙ୍ଗ କାର୍ କଟକରୁ ଭୁବନେଶ୍ବର ଆଡକୁ ଯାଉଥିବା ବେଳେ ମଝି ରାସ୍ତାରେ କାରୁ ଧୂଆଁ ବାହାରିଥିଲା। ଦେଖୁ ଦେଖୁ କାରିରେ ସଂପୂର୍ଣ୍ଣି ନିଆଁ ଲାଗିଯାଇଥିଲା। କାରରେ ଥିବା ଚାଳକ ସମେତ ୪ ଜଣ ଯାତ୍ରୀ ଏହି ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ସର୍ଟ ସର୍କିଟ ଯୋଗୁଁ କାରରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଏସମ୍ପର୍କରେ ଦମକଳ ବାହିନୀ ଖବର ଦିଆଯାଇଥିଲା ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ଅଗ୍ନିକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ପରେ ମଧୁପାଟଣା ପୁଲିସ ଉକ୍ତ ଗାଡ଼ିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।