ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,୩ ମୃତ

Apr 18, 2022 - 05:58
 50
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,୩ ମୃତ
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଶୋୟୀ ଥାନା ଅନ୍ତର୍ଗତ ନୂଆଗାଁ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ୪ଜଣ ଗୋରୁ ବେପାରୀଙ୍କ ଉପରେ ଏକ କେମିକାଲ ବୋଝେଇ ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଝାରପୋଖରିଆର ଥାନା ଅନ୍ତର୍ଗତ ପଳାଶ ବଣି ଗାଁର ଶୁକ୍ରା ମହାଲି, ବାଙ୍ଗିରିପୋଷୀ ଥାନା ଅନ୍ତର୍ଗତ କଦମ୍ବଡିହା ଗାଁର ଶାଲ ଖାନ୍‌ ହାଂସଦା, ବେଡ଼ାକୁଦର ଗାଁର ଡୁକୁନ ମହାନ୍ତ। ଆହତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ। ଗତକାଲି ବିଳମ୍ବିତ ରାତିରେ ୪ ଜଣ ଗୋରୁ ବେପାରୀ ନୂଆଗାଁ ଛକ ନିକଟରେ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ଏହି ସମୟରେ ଦ୍ରୁତ ଗତିରେ ଏକ କେମିକାଲ ବୋଝେଇ ଟ୍ରକ୍‌ଟି ଆସି ଏହି ୪ଗୋରୁ ବେପାରୀଙ୍କ ଉପରେ ଓଲଟି ପଡ଼ିଥିଲା। ୪ଜଣ ଗୋରୁ ବେପାରୀ ଟ୍ରକ୍ ତଳେ ଚାପି ହୋଇ ଯାଇଥିଲେ। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଓ ହେଲପର୍ ଗାଡ଼ି ଛାଡ଼ି ଫେରାର ହୋଇଯାଇଛନ୍ତି।