ତାଳଚେର ସୁରକ୍ଷା ମଞ୍ଚର ୨୦ ଦଫା ଦାବି

Feb 21, 2019 - 17:46
 184
ଅନୁଗୋଳ,୨୧/୨(ସକାଳଖବର): ଦୀର୍ଘଦିନ ଧରି ୨୦ ଦଫା ଦାବୀ ନେଇ ତାଳଚେର ସୁରକ୍ଷା ମଞ୍ଚ ଏମସିଏଲ ର ବିଭିନ୍ନ କ୍ଷେତ୍ରରେ ଧର୍ମଘଟ ଚଳାଇ ଆସୁଥିବାରୁ କୋଇଲା ପରିବହନରେ ସମସ୍ୟା ସୃଷ୍ଟି ହେଉଥିଲା । ସୁରକ୍ଷା ମଞ୍ଚର ଏହି ୨୦ ଦଫା ଦାବୀକୁ ନେଇ ଆଜି ଅପରାହ୍ନରେ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ତ୍ରୀପାକ୍ଷିକ ଆଲୋଚନା ଗତକାଲି ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାରେ ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ, ଆରକ୍ଷୀ ଅଧିକ୍ଷକ ଶ୍ରୀ ମିତ୍ରଭାନୁ ମହାପାତ୍ର ଓ ଏମସିଏଲ କର୍ତ୍ତୃପକ୍ଷ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ତାଳଚେର ସୁରକ୍ଷା ମଞ୍ଚର ସଭାପତି ଶ୍ରୀ ମୂରଲୀଧର ସାହୁ ୨୦ ଦଫା ଦାବୀ ଉପସ୍ଥାପନ କରିଥିଲେ ।