ଶୋଚନୀୟ ପ୍ରଦର୍ଶନର କାରଣ କହିଲେ ଖାରବେଳ

Feb 28, 2022 - 09:34
 52
ଶୋଚନୀୟ ପ୍ରଦର୍ଶନର କାରଣ କହିଲେ ଖାରବେଳ
ଭୁବନେଶ୍ୱର: ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ବଡ ଝଟକା ଲାଗିଛି । ପ୍ରଥମ ୨ ଦିନର ଗଣତିରେ ଯଥେଷ୍ଟ ପଛରେ ଥିବା ବିଜେପି ତୃତୀୟ ଦିନର ଗଣତିରେ ବି ସମଦଶା ଭୋଗିଛି । ୨୦୧୭ ତୁଳନାରେ ବିଜେପିର ଏଭଳି ସ୍ଥିତି ପଛର କାରଣ ଖୋଜା ଚାଲିଥିବା ବେଳେ ବଡ ବୟାନ ଦେଇଛନ୍ତି ଦଳର ବରିଷ୍ଠ ନେତା ଖାରବେଳ ସ୍ୱାଇଁ । ପଞ୍ଚାୟତରେ ଏଭଳି ଶୋଚନୀୟ ପ୍ରଦର୍ଶନ ପଛର କାରଣ କହିବା ପରେ ରାଜନୈତିକ ମହଲରେ ଆରମ୍ଭ ହୋଇଛି ଚର୍ଚ୍ଚା । ନେତୃତ୍ୱ ସଙ୍କଟ ପାଇଁ ହିଁ ବିଜେପିର ଏଭଳି ଶୋଚନୀୟ ପ୍ରଦର୍ଶନ ହୋଇଛି କହି ରାଜନୈତିକ ମାହୋଲକୁ ସରଗରମ କରିଛନ୍ତି ଖାରବେଳ । ବିଜେପିରେ ନେତୃତ୍ୱ ସଙ୍କଟ ରହିଛି, ସେଥିପାଇଁ ଦଳ ଏତେ ଖରାପ ପ୍ରଦର୍ଶନ କରିଛି । ବିଜେଡିକୁ ଚ୍ୟାଲେଞ୍ଜ ଦେବାକୁ ହେଲେ ଜଣେ ନିର୍ଦ୍ଦିଷ୍ଟ ଚେହେରାଙ୍କୁ ଓଡ଼ିଶାରେ ବିଜେପିର ଶୀର୍ଷ ନେତୃତ୍ୱ ସାମ୍ନାକୁ ଆଣିବା ଦରକାର । ସ୍ଥାନୀୟ ନେତୃତ୍ୱଙ୍କୁ ତିଆରି ନକଲେ ଦଳ ଉଠି ପାରିବନି । ଏଭଳି କହି ବିଜେପିର ରାଜ୍ୟ ନେତୃତ୍ୱଙ୍କ ଦକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଛିଡା କରିଛନ୍ତି ଖାରବେଳ ।