ପଞ୍ଚାୟତ ଫଳାଫଳ : ତୃତୀୟ ଦିନରେ ବି ବିଜେଡି ଆଗୁଆ, ଜାଣନ୍ତୁ ବିଜେପି ଓ କଂଗ୍ରେସ ସ୍ଥିତି

Feb 28, 2022 - 06:38
 55
ପଞ୍ଚାୟତ ଫଳାଫଳ : ତୃତୀୟ ଦିନରେ ବି ବିଜେଡି ଆଗୁଆ, ଜାଣନ୍ତୁ ବିଜେପି ଓ କଂଗ୍ରେସ ସ୍ଥିତି
୪ଟି ଜୋନରେ ଆଗୁଆ ରହିଛି । ଅନ୍ୟପଟେ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ପ୍ରଥମ ଓ ଦ୍ୱିତୀୟ ଦିନ ଗଣତିର ଫଳାଫଳ ପ୍ରକାଶ କରାଯାଇଛି । ଏଯାବତ୍ ସଦ୍ୟତମ ତଥ୍ୟ ମୁତାବକ ୬୨୦ ଆସନରୁ ୫୮୫ର ଫଳାଫଳ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଯେଉଁଥିରେ ବିଜେଡି ୫୧୮ ଜୋନରେ ବିଜୟୀ, ୩୧ଟି ଜୋନରେ ବିଜେପି ବିଜୟୀ ହୋଇଥିବାବେଳେ କଂଗ୍ରେସ ୨୯ଟି ଓ ୭ଟି ଜୋନରେ ଅନ୍ୟାନ୍ୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଆଜି ତୃତୀୟ ଦିନର ଗଣତି ଜାରି ରହିଛି । ଏଯାବତ୍ ଗଣତି ଓ ଟ୍ରେଣ୍ଡ ସୁଦ୍ଧା ପଛରେ ପଡ଼ିଛି ‘ପଦ୍ମ’ । ୨୦୧୭ର ରେଜଲ୍ଟକୁ ରିପିଟ୍ କରିବାକୁ ଦମ୍ଭୋକ୍ତି ବାଢୁଥିବା ବିଜେପି ଟ୍ରେଣ୍ଡ୍ ହିସାବରେ ପଛରେ ପଡ଼ିଯାଇଛି ।