ମଣିଷ ପରେ ବଳଦ ଶିକାର କଲା ‘ସୁନ୍ଦରୀ’

Oct 22, 2018 - 17:55
 206
ମଣିଷ ପରେ ବଳଦ ଶିକାର କଲା ‘ସୁନ୍ଦରୀ’
ଅନୁଗୋଳ , ୨୨/୧୦ (ସକାଳଖବର): ସାତକୋଶିଆ ଅଞ୍ଚଳରେ ବାଘୁଣୀର ଉପôାତ ଦିନକୁ ଦିନ ବଢ଼ିବାରେ ଲାଗିଛି । ମଣିଷ ମାରିବାର ୪୮ଘଣ୍ଟା ନପୂରୁଣୁ ଆଜି ସକାଳେ ଏକ ବଳଦ ଶିକାର କରିଛି ବାଘୁଣୀ । ଗାଁ ଆଖପାଖରେ ରହିବା ସହ ଗୋଟିଏ ପରେ ଗୋଟିଏ ଘଟଣା ଘଟିବା ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ଭୟ ଓ ଆତଙ୍କିତ ବାତାବରଣ ମଧ୍ୟରେ ରହିବା ସହ ଉତ୍ତେଜନା ମଧ୍ୟ ପ୍ରକାଶ ପାଇବାରେ ଲାଗିଛି । ସୂଚନା ଥାଉକି ଆଜି ସକାଳ ସମୟରେ ବାଘୁଣୀ ସୁନ୍ଦରୀ ଟାଇଁସି ଗାଁ ପାଖରେ ବୁଲାବୁଲି କରୁଥିବା ଲୋକ ଦେଖୁଥିବା ବେଳେ ସକାଳ ୮ରୁ ୯ଘଟିକା ମଧ୍ୟରେ କୁମୁରୀ ଗାଁ ପାଖରେ ଏକ ବଳଦ ଚରାବୁଲା କୁରୁଥିବା ବେଳେ ବାଘୁଣୀ ବଳଦକୁ ଝାମ୍ପି ନେଇଥିଲା । ଆଉ ବଳଦର ପଛଭାଗ ଅଂଶକିଛି ଖାଇଥିବାବେଳେ ବଳଦଟିକୁ କିଛି ଦୂରକୁ ଟାଣିନେଇ ପକାଇ ଦେଇଥିଲା । ଏ ଘଟଣାକୁ କୁମୁରୀ ଗାଁର କିଛି ଲୋକ ସ୍ୱଚକ୍ଷୁରେ ଦେଖିଥିବା ନେଇ ପ୍ରକାଶ କରିଛନ୍ତି ।ଏଥିସହ ମୃତ ବଳଦର ପାଖାପାଖି ବାଘୁଣୀ ଘୂରିବୁଲୁଥିବା ମଧ୍ୟ ଜଣାଯାଇଛି । ଏଖବର ପାଇବାପରେ କିଛି ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଘଟଣାସ୍ଥଳକୁ ଯାଇ ପହଞ୍ଚିଥିଲେ ।ମୃତ ବଳଦ ପାଖାପାଖି ଗଲାବେଳକୁ ବାଘୁଣୀ ମାଡ଼ିଆସିଥିବା ବେଳେ ଛାନିଆ ହୋଇ ପ୍ରତିନିଧି ମାନେ ଗାଁ ଭିତରକୁ ପଳାଇ ଆସିଥିଲେ ।ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଲାଗି ରହିଛି ।ରବିବାର ଦିନ ଟାଇଁସି ଗାଁର ତ୍ରୀନାଥ ସାହୁଙ୍କୁ ବାଘୁଣୀ ଶିକାର କରିବା ପରେ ବାଘୁଣୀକୁ ନେଇ ଲଙ୍କାକାଣ୍ଡ ଘଟିଯାଇଛି । ଯଦ୍ୱାରା ପୋଲିସ ଗାଡ଼ି ଭଙ୍ଗାରୁଜାଠାରୁ ଆରମ୍ଭ କରି ବିଟ ହାଉସ ପୋଡ଼ାଜଳା, ଲାଠିମାଡ଼, ପଥରଫିଙ୍ଗା ପର୍ଯ୍ୟନ୍ତ ଘଟଣା ବଢ଼ିଯାଇଥିଲା ।