ଶୁଭଶ୍ରୀଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର! ପୁରୁଷ ବନ୍ଧୁଙ୍କ ସମେତ ଆଉ ତିନି ଡାକ୍ତରଙ୍କ ବିରୋଧରେ ଏତଲା

Jan 20, 2023 - 14:39
 33
ଶୁଭଶ୍ରୀଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର! ପୁରୁଷ ବନ୍ଧୁଙ୍କ ସମେତ ଆଉ ତିନି ଡାକ୍ତରଙ୍କ ବିରୋଧରେ ଏତଲା
ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରର ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁର ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପରିବାର ପକ୍ଷରୁ ଆଜି ଏନେଇ ଯୋଡ଼ା ଥାନାରେ ଏତଲା ଦିଆଯାଇଛି। ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଶୁଭଶ୍ରୀ ମୃତୁ ଘଟଣାରେ ୨୦ ଦିନ ପରେ ତାଙ୍କ ବାପା ମନରୋଞ୍ଜନ କର ଏତଲା ଦେବା ପରେ ଘଟଣା ଭିନ୍ନ ମୋଡ଼ ନେଇଛି। ଆଜି ଶୁଭଶ୍ରୀଙ୍କ ବାପା ଶ୍ରୀ କର ଯୋଡ଼ା ଥାନାରେ ଏକ ଏତଲା ଦେଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ରିପୋର୍ଟରେ ମଦ ସହିତ ନିଦ ବଟିକାର କିଛି ଅଂଶ ତାଙ୍କ ଦେହରେ ଥିବା ଦର୍ଶାଇଛି। ଏହି ରିପୋର୍ଟ ଜାଣିବା ପରେ ସେ ଏତଲାରେ ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କୁ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବୋଲି ଦାୟୀ କରିବା ସହିତ ତାଙ୍କ ସହିତ ଆଉ ୩ଜଣ ଡାକ୍ତର ବନ୍ଧୁଙ୍କୁ ତଦନ୍ତ ପରିସର ଭୁକ୍ତ କରି ପୁଲିସ ଘଟଣାର ତଦନ୍ତ କରିବା ପାଇଁ ଦାବି କରିଛନ୍ତି। ତାଙ୍କ ବାପା ମନୋରଞ୍ଜନ କର ଆହୁରି ମଧ୍ୟ ସନ୍ଦେହ କରି କହିଛନ୍ତି ଯେ, ଗତ ଜାନୁଆରି ୧ତାରିଖରେ ଶୁଭଶ୍ରୀ ରହିଥିବା ଭଡ଼ା ଘରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ମୃତଦେହ ଉଦ୍ଧାର ସମୟରେ ପୁଲିସ ମୃତଦେହ ନିକଟରୁ ଏକ ଠିପି ଖୋଲା ବୋତଲ ଜବତ କରିଥିଲା। ସେଥିରେ କିଛି ପାଉଡର ରହିଥିଲା ଏବଂ ବୋତଲର ଠିପି ଅଳ୍ପ ଦୂରରେ ପଡ଼ିଥିଲା। ଏହିସବୁ ଘଟଣାକୁ ଆଧାର କରି ତାଙ୍କ ଝିଅ ଶୁଭଶ୍ରୀଙ୍କୁ ମଦରେ କିଛି ମିଶ୍ରଣ କରି ତାଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ସେ ପୁଲିସ ନିକଟରେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି। ପୁଲିସ୍ ଏହି ଅଭିଯୋଗକୁ ଗ୍ରହଣ କରିଛି।