ପୁଟିନ ବଞ୍ଚିଛନ୍ତି ତ ? ଜେଲେନସ୍କିଙ୍କ ବୟାନକୁ ନେଇ ବିବାଦ

Jan 20, 2023 - 14:37
 36
ପୁଟିନ ବଞ୍ଚିଛନ୍ତି ତ ? ଜେଲେନସ୍କିଙ୍କ ବୟାନକୁ ନେଇ ବିବାଦ
ଡାଭୋସ୍ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବଞ୍ଚିଛନ୍ତି କି ନା ସେ ବୁଝିପାରୁ ନାହାଁନ୍ତି । ଗୁରୁବାର ସକାଳେ ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ (ଡବ୍ଲୁଇଏଫ)ରେ ସେ ଦେଇଥିବା ଏକ ଭାଷଣ ଅବସରରେ ଏହା କହିଥିଲେ । ୟୁକ୍ରେନର ଏକ ଅନଲାଇନ ଓ୍ବେବସାଇଟକୁ ଜେଲେନସ୍କି କହିଛନ୍ତି, “ବର୍ତ୍ତମାନ ମୁଁ ବର୍ତ୍ତମାନ ଜାଣିପାରୁନି ଯେ କାହା ସହିତ କଥାବାର୍ତ୍ତା କରିବି ଏବଂ କ’ଣ କରିବି। ମୁଁ ନିଶ୍ଚିତ ନୁହେଁ ଯେ ରୁଷର ରାଷ୍ଟ୍ରପତି ଠିକ୍ ଅଛନ୍ତି କି ନାହିଁ । ସେ ନିଷ୍ପତ୍ତି ନେଉଛନ୍ତି କି, କିମ୍ବା ସେଠାରେ ଆଉ କିଏ ନିଷ୍ପତ୍ତି ନେଉଛି ତାହା ଜଣାପଡ଼ୁନାହିଁ । ” ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୋଟିଏ ଦିନ ପୁଟିନ ଶାନ୍ତି କଥାବାର୍ତ୍ତା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି ଓ ଠିକ ତା ପରଦିନ ଆକ୍ରମଣ ଆରମ୍ଭ କରିଦେଉଛନ୍ତି । ଏଣୁ ଯେତେବେଳେ ଶାନ୍ତି ଆଲୋଚନା କଥା କୁହାଯାଉଛି ତାହା କାହାସହିତ ଆଲୋଚନା କଥା କୁହାଯାଉଛି ? ଜେଲେନସ୍କିଙ୍କ ବୟାନର କିଛି ସମୟ ପରେ ରୁଷ ସରକାରଙ୍କ ମୁଖପାତ୍ର ଦିମିତ୍ରି ପେସ୍କୋଭ୍ କହିଥିଲେ “ଏହା ସ୍ପଷ୍ଟ ଯେ ଉଭୟ ଋଷ ଏବଂ ପୁଟିନ ୟୁକ୍ରେନ ଏବଂ ଜେଲେନସ୍କିଙ୍କ ପାଇଁ ଏକ ପ୍ରମୁଖ ସମସ୍ୟା । ଏଣୁ ସେ ମନେ ମନେ ଚାହୁଁଛନ୍ତି ଯେ ପୁଟିନ ଓ ରୁଷ ଲୋପ ପାଇଯାଉ ।