ମାଛ ଧରିବାକୁ ଯାଇ ନଦୀରେ ବୁଡ଼ି ଜଣେ ନିଖୋଜ; ସ୍ତ୍ରୀ ସମ୍ମୁଖରେ ଚାଲିଗଲା ସ୍ୱାମୀଙ୍କ ଜୀବନ

Jan 22, 2023 - 07:11
 33
ମାଛ ଧରିବାକୁ ଯାଇ ନଦୀରେ ବୁଡ଼ି ଜଣେ ନିଖୋଜ; ସ୍ତ୍ରୀ ସମ୍ମୁଖରେ ଚାଲିଗଲା ସ୍ୱାମୀଙ୍କ ଜୀବନ
ଚିତ୍ରକୋଣ୍ଡା: ମାଛ ଧରିବାକୁ ଯାଇ ଡଙ୍ଗାରୁ ଖସିପଡି ଜଣେ ନିଖୋଜ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡପଡା ପଂଚାୟତର କାଦଗୁମା ଗ୍ରାମରେ। ଗତକାଲି କାଦଗୁମ୍ମା ଗ୍ରାମର ମଙ୍ଗରା ପାଙ୍ଗି ବୟସ (୪୫) ନିଜ ସ୍ତ୍ରୀଙ୍କ ସହ ସବୁଦିନ ଭଳି ମାଛ ଧରିବାକୁ ଚିତ୍ରକୋଣ୍ଡା ଜଳଭଣ୍ଡାରକୁ ଯାଇଥିଲେ। ମଙ୍ଗରା ପାଙ୍ଗିଙ୍କ ସ୍ତ୍ରୀଙ୍କ କହିବା ଅନୁଯାୟୀ ମାଛ ଧରିବା ସମୟରେ ଭାରସାମ୍ୟ ହରାଇ ସ୍ୱାମୀ ମଙ୍ଗରା ପାଙ୍ଗି ଡଙ୍ଗାରୁ ଖସିପଡି ଜଳଭଣ୍ଡାର ଭିତରେ ନିଖୋଜ ହୋଇଯାଇଥିବା ନେଇ ବଡ଼ପଡ଼ା ଥାନାରେ ଅଭିଯୋଗ କରିଥିଲେ। ତୁରନ୍ତ ବଡ଼ପଡ଼ା ଥାନା ଅଧିକାରୀ ମାନସରଞ୍ଜନ ସ୍ୱାଇଁ ଚିତ୍ରକୋଣ୍ଡାସ୍ଥିତ ଦମକଳ ବାହିନୀ ସହାୟତାରେ ବୁଡ଼ିଥିବା ସ୍ଥାନରେ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ମଙ୍ଗରା ପାଙ୍ଗିଙ୍କର କୋୖଣସି ସନ୍ଧାନ ମିଳି ନଥିବା ବେଳେ ଆଜି ପୁଣି ଅଗ୍ନିଶମ ବାହିନୀ ଦ୍ୱାରା ଖୋଜା ଖୋଜି କରାଯାଉଥିବ ନେଇ ବଡ଼ପଡ଼ା ଥାନା ଅଧିକାରୀ ସୂଚନା ଦେଇଛନ୍ତି।