ରାଣୀଭୂଇଁ ଗାଁରେ ଦନ୍ତାର ତାଣ୍ଡବ ଲୀଳା

Aug 7, 2018 - 16:54
 505
ଅନୁଗୋଳ,୭/୮ (ସକାଳଖବର): ହାତୀ ଉପଦ୍ରବ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି । କେତେବେଳେ ହାତୀ ମଣିଷକୁ ମାରୁଛି ତ ପୁଣି କେତେବେଳେ ଚାଷୀର ଫସଲ ବାଡ଼ିବଗିଚା ନଷ୍ଟ କରି ଉଜାଡ଼ି ଦେଉଛି । କେବଳ ସେତିକି ନୁହେଁ ଏପରିକି ଭିଟାମାଟିକୁ ମଧ୍ୟ ଭାଙ୍ଗି ଚୁରମାର କରିଦେଉଛି । ଯଦ୍ୱାରା ସାଧାରଣ ମଣିଷଟିଏ ହାତୀ ଉପଦ୍ରବ ନେଇ ତ୍ରାହି ତ୍ରାହି ଡ଼ାକୁଥିବାବେଳେ ହାତୀ ଦାଉରୁ ମଣିଷକୁ ସୁରକ୍ଷା ଦେବାରେ ବନ ବିଭାଗ ଫେଲ ମାରିଥିବା ଏହି ଘଟଣାରୁ ବାରୀ ହୋଇପଡ଼ୁଛି । ଯାହାକି ଗତ ୨ ଦିନ ହେବ କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅନ୍ତର୍ଗତ ରାଣୀଭୂଇଁ ଗାଁରେ ୨ଟି ଦନ୍ତା ହାତୀ ତାଣ୍ଡବ ଲୀଳା କରି ଘରଦ୍ୱାର , ଆସବାପତ୍ର ଭାଙ୍ଗିବା ସହ ଧାନ ବସ୍ତା ଆଦି ଖାଇଦେଇଛି । ଏଥି ସହ ଗାଁର ୧୦ ଏକରରୁ ଉଦ୍ଧ୍ୱର୍ ଧାନ ଚାଷକୁ ଦଳି ଚକଟି ନଷ୍ଟ କରିଦେଇଛି । ହେଲେ ବନ ବିଭାଗକୁ ସୂଚନା ଦେଲେ ମଧ୍ୟ ବିଭାଗୀୟ କର୍ମଚାରୀମାନେ ହାତୀ ଘଉଡ଼ାଇବା ଦୂରେ ଥାଉ ଘଟଣାସ୍ଥଳରେ ମଧ୍ୟ ପହଞ୍ଚô ପାରୁନାହାନ୍ତି । ଏଥିରୁ ସ୍ପଷ୍ଟ ଯେ ବନ ବିଭାଗ ସମ୍ପୂର୍ଣ୍ଣ ନିରୁପାୟ । ସୂଚନା ଅନୁଯାୟୀ, ଗତ ୨ ଦିନ ଧରି ୨ଟି ଦନ୍ତା ହାତୀ ରାଣୀଭୂଇଁ ଗାାଁର ବଂଶୀଧର ମାଝି, ନୃସିଂହ ମାଝି, ପ୍ରତାପ ମାଝିଙ୍କ ୬ ବଖରା ଭାଙ୍ଗି ଦେଇଥିବାବେଳେ ଘରେ ଥିବା ଧାନ ବସ୍ତା ଖାଇଦେଇଛି । ହାତୀ ଦୁଇଟି ଘରଦ୍ୱାର ଭାଙ୍ଗିବା ସହ ଗାଁ ରାସ୍ତାରେ ପେଁ ପେଁ ଗର୍ଜନ କରି ଯିବା ଆସିବା କରୁଛନ୍ତି । ବନ ବିଭାଗକୁ ଖବର ଦେଲେ ମଧ୍ୟ ପହଞ୍ଚôୁ ନଥିବା ଯୋଗୁ ଗ୍ରାମବାସୀ ରାତି ଉଜାଗର ରହି ହାତୀ ଘଉଡ଼ାଉଛନ୍ତି । ଏ କ୍ଷୟକ୍ଷତିର କ୍ଷତିପୂରଣ ପାଇଁ ବନ ବିଭାଗର ଦ୍ୱାରସ୍ଥ ହେଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଉଚିତ୍ କ୍ଷତିପୂରଣ ରାଶି ଠିକ ସମୟରେ ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଦିଗରେ ତୁରନ୍ତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।