ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ବିଧେୟକ ଶୀଘ୍ର ଆସିବ: ମୁଖ୍ୟମନ୍ତ୍ରୀ

May 25, 2018 - 11:08
 162
ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ବିଧେୟକ ଶୀଘ୍ର ଆସିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୪/୫(ସକାଳକବର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୦ ତାରିଖ ଦିନ ଆଇନ୍‍ଜୀବୀ କଲ୍ୟାଣ ପାଣ୍ଠିକୁ ୩ କୋଟିରୁ ୫ କୋଟି ଟଙ୍କାକୁ ବୃଦ୍ଧି ସହ ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯିବା ଏବଂ ରାଜ୍ୟର ଆଇନଜୀବୀମାନଙ୍କ ତାଲିମ ଓ ଦକ୍ଷତା ବିକାଶ ଲାଗି ଆଡଭୋକେଟ ଏକାଡେମୀ ସ୍ଥାପନ ପାଇଁ ଘୋଷଣା କରିଥିଲେ । ଏଥିଲାଗି ଆଜି ବହୁ ଆଇନଜୀବୀ, ବାର କାଉନସିଲର ସଭ୍ୟଙ୍କ ଏକ ପ୍ରତିନିଧି ଦଳ ବିଜେଡି ଲିଗାଲ ଫ୍ରଣ୍ଟ ଉପଦେଷ୍ଟା ଅସିମ ଅମିତାଭ ଦାସ ଓ ଆବାହକ ମିଲନ କାନୁନଗୋଙ୍କ ନେତୃତ୍ୱରେ ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିକୃତଜ୍ଞତା ଜ୍ଞାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଖୁବ୍ଶୀଘ୍ର ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଲାଗି ବିଧେୟକ ଆଣିବାକୁ ପଦକ୍ଷେପ ନିଆଯିବ । ଆଜିର ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ମଧୁସୂଦନ ଆଇନ କଲେଜ ସଭାପତି ରାଧାମାଧବ ଦାସ, ବାର କାଉନସିଲ ସଭ୍ୟ ଜ୍ଞାନରଞ୍ଜନ ମହାନ୍ତି, ସୀତାଂଶୁ ମୋହନ ଦ୍ୱିବେଦୀ, ବିଭୁ ପ୍ରସାଦ ତ୍ରିପାଠୀଙ୍କ ସମେତ ୮୦ରୁ ଊଦ୍ଧ୍ୱର୍ ଭୁବନେଶ୍ୱର ବାର କାଉନସିଲର ସଭ୍ୟ ଓ ଆଇନଜୀବୀ ଉପସ୍ଥିତ ଥିଲେ ।