ରାଜ୍ୟର ୪ ବନ୍ଦର ପାଇଁ ୧ ନଂ ବିପଦ ସଙ୍କେତ ଜାରି

May 8, 2022 - 05:25
 53
ରାଜ୍ୟର ୪ ବନ୍ଦର ପାଇଁ ୧ ନଂ ବିପଦ ସଙ୍କେତ ଜାରି
ଭୁବନେଶ୍ୱର: ବାତ୍ୟା ‘ଅସାନି’ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୦ ତାରିଖ ସଂଧ୍ୟାରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବା କହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ୧୦ରୁ ୧୨ ତାରିଖ ସକାଳ ଯାଏ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି । ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ୧୦ ତାରିଖରେ ପ୍ରବଳ ବର୍ଷା ହେବାନେଇ କହିଛି ବିଭାଗ । ଏଥିସହିତ ୧୧ ତାରିଖରେ ମଧ୍ୟ ୫ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ କୁହାଯାଇଛି । କଟକ, ଜଗତସିଂହପୁର, ପୁରୀ, ଗଞ୍ଜାମ ଓ ଖୋର୍ଦ୍ଧାରେ ପ୍ରବଳ ବର୍ଷା ହେବ । ଆସନ୍ତାକାଲିଠୁ ୧୧ ତାରିଖ ଯାଏ ସମୁଦ୍ର ଅଶାନ୍ତ ରହିବ । ତାହାଛଡ଼ା ରାଜ୍ୟର ୪ ବନ୍ଦର ପାଇଁ ୧ ନଂ ବିପଦ ସଙ୍କେତ ଜାରି କରାଯାଇଛି । ବାତ୍ୟା ‘ଅସାନି’ ପ୍ରଭାବରେ ରାଜ୍ୟର ଉପକୂଳ ଅଞ୍ଚଳରେ ୪୦ରୁ ୫୦ କିମି ବେଗରେ ପବନ ବହିବ ବୋଲି ସୂଚନା ଦିଆଯାଇଛି । ଏଥିସହିତ ୧୧ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ବାତ୍ୟାର ପ୍ରଭାବ ଅନୁଭୂତ ହେବ ବୋଲି କହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ।