ଆଇନ ମନ୍ତ୍ରୀଙ୍କ ଘରେ ସିବିଆଇ ରେଡ୍

Sep 7, 2022 - 09:40
 50
ଆଇନ ମନ୍ତ୍ରୀଙ୍କ ଘରେ ସିବିଆଇ ରେଡ୍
କୋଲକାତା: ସିବିଆଇ ସ୍କାନରରେ ଟିଏମସି ନେତା । କୋଇଲା ଦୁର୍ନୀତି ମାମଲାରେ ବରିଷ୍ଠ ଟିଏମସି ନେତା ତଥା ପଶ୍ଚିମବଙ୍ଗ ଆଇନ ମନ୍ତ୍ରୀ ମଳୟ ଘଟକଙ୍କ ଘରେ ସିବିଆଇ ରେଡ୍ । ଆଜି ଆଇନ ମନ୍ତ୍ରୀଙ୍କ ଆସନସୋଲ ସ୍ଥିତ ବାସଭବନରେ ସିବିଆଇ ଟିମ୍ ଚଢାଉ କରିଛି । ଆସନ୍ତା ୧୪ ତାରିଖରେ ସିଆଇ ଅଫିସରେ ଆଇନ୍‌ ମନ୍ତ୍ରୀ ମଳୟ ଘଟକଙ୍କୁ ହାଜର ହେବାକୁ ନିର୍ଦେଶ ଦିଆଯାଇଛି । କୋଇଲା ଚୋରା ଚାଲାଣ ମାମଲାରେ ତାଙ୍କର ହାତ ରହିଛି କି ? ସେନେଇ ତାଙ୍କୁ ସିବିଆଇ ପଚରାଉଚରା କରିବ । ବର୍ତ୍ତମାନ ସିବଆଇର ଟିମ୍‌ ମଳୟ ଘଟକଙ୍କ ବାସଭବନରେ ଚଢ଼ାଉ କରୁଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ ଏହା ବ୍ୟତୀତ ସିବିଆଇ ଅଧିକାରୀମାନେ ମଧ୍ୟ କୋଲକାତାର ଚାରୋଟି ସ୍ଥାନରେ ପହଞ୍ଚିଛନ୍ତି । ସମସ୍ତ ୪ଟି ସ୍ଥାନରେ ଯାଞ୍ଚ କରାଯିବା ନେଇ ସୂଚନା ମିଳିଛି । କୁହାଯାଉଛି କି ସିବିଆଇ ପହଞ୍ଚିଥିବା ଏହି ୪ଟି ସ୍ଥାନରେ ମଳୟଙ୍କର କିଛି ସମ୍ପୃକ୍ତି ରହିଛି । ଏହାପୂର୍ବରୁ ସେପ୍ଟେମ୍ବର ୨ ତାରିଖରେ ଇଡି ପକ୍ଷରୁ ମଳୟ ଘଟକଙ୍କୁ ହାଜର ହେବାକୁ ନିର୍ଦେଶ ଦିଆଯାଇଥିଲା । ପରେ କୋଇଲା ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ତାଙ୍କୁ ସେପ୍ଟେମ୍ବର ୧୪ରେ ହାଜର ହେବାକୁ କୁହାଯାଇଛି । ସୂଚନା ଥାଉ କି, ଗତ କିଛିଦିନ ହେବ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ବାସଭାବନ ସମେତ ବିଭିନ୍ନ ସ୍ଥାନରେ ଇଡି ଚଢ଼ାଉ କରିଥିବା ବେଳେ ତାଙ୍କୁ ଗିରଫ କରିଥିଲା । ଖାଲିସେତିକି ନୁହେଁ ତାଙ୍କର ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ମଧ୍ୟ ଇଡି ଗରିଫ କରିଛି ।