ଖୁବଶୀଘ୍ର ବ୍ୟାପକ ଶିକ୍ଷକ ନିଯୁକ୍ତି କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ

Feb 26, 2023 - 06:24
 33
ଖୁବଶୀଘ୍ର ବ୍ୟାପକ ଶିକ୍ଷକ ନିଯୁକ୍ତି କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟ ବଜେଟରେ ସମାଧାନ ହେବ ଶିକ୍ଷକ ଅଭାବ ସମସ୍ୟା । ହାଇସ୍କୁଲରେ ନିଯୁକ୍ତି କରାଯିବ ଶିକ୍ଷକ । ଖୁବଶୀଘ୍ର ପ୍ରାଥମିକ ସ୍କୁଲରେ ବ୍ୟାପକ ଶିକ୍ଷକ ନିଯୁକ୍ତି କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ୟ୍ୟାୟରେ ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇବେ । ପର୍ୟ୍ୟାୟକ୍ରମ ଏହି ଆକାର ୪୦ ହଜାରରେ ପହଞ୍ଚିବାର ସମ୍ଭାବନା ରହିଛି । ଏବେ ପ୍ରାଥମିକ ଓ ମାଧ୍ୟମିକ ସରକାରୀ ସ୍କୁଲରେ ୧ ଲକ୍ଷ ୫୭ ହଜାର ୪୩ ଜଣ ନିୟମିତ ଓ ୩୦ ହଜାର ୫୨୬ ଜଣ ଅସ୍ଥାୟୀ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ଶିକ୍ଷକମାନଙ୍କ ପ୍ରଦର୍ଶନ ଉପରେ ବି ନଜର ରହିଛି । ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପାଇଁ ବ୍ୟୟ ବରାଦ ହୋଇଥିବା ୧୩୯ କୋଟି ଟଙ୍କାରେ ସ୍କୁଲ, ଶିକ୍ଷକ, ଛାତ୍ରଛାତ୍ରୀଙ୍କ ସମେତ ଡିଇଓ ଓ ବିଇଓଙ୍କ ପ୍ରଦର୍ଶନକୁ ପରଖିବେ ରାଜ୍ୟ ସରକାର । ପ୍ରତି ବ୍ଲକର ଶ୍ରେଷ୍ଠ ତିନୋଟି ସ୍କୁଲ ପୁରସ୍କୃତ ହେବେ । ଯାହାକୁ ଶିକ୍ଷକ ମହଲରେ ସ୍ୱାଗତ କରାଯାଇଛି ।