ରତ୍ନଭଣ୍ଡାର ଚାବି ସମ୍ପର୍କରେ ସୂଚନା ଆଇନ୍ ରେ ତଥ୍ୟ ଦେଉନି ପ୍ରଶାସନ

Aug 20, 2018 - 17:03
 211
ରତ୍ନଭଣ୍ଡାର ଚାବି ସମ୍ପର୍କରେ ସୂଚନା ଆଇନ୍ ରେ ତଥ୍ୟ ଦେଉନି ପ୍ରଶାସନ
ଭୁବନେଶ୍ୱର,୨୦ା୮(ସକାଳଖବର): ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟ ଜିଲ୍ଲା ପ୍ରଶାସନ ଦେଉନାହିଁ ବୋଲି ଓଡିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧନ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ଅସଲି କି ନକଲିକୁ ନେଇ ବିତର୍କ ଚାଲିଥିଲା ବେଳେ, ଜିଲ୍ଲା ପ୍ରଶାସନ କୌଣସି ସଠିକ୍ ତଥ୍ୟ ନ ଦେଇ ନୀରବ ରହୁଥିବାରୁ ସର୍ବସାଧାରଣରେ ସନେ୍ଦହ ସୃଷ୍ଟି ହୋଇଛି । ପୁରୀ ଜିଲ୍ଲାପାଳ ରତ୍ନଭଣ୍ଡାର ନକଲି ଚାବି ପାଇଲେ ବୋଲି ଦେଇଥିବା ମନ୍ତବ୍ୟ ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ଏବଂ ଜନମାନସକୁ ଠକିବ ପାଇଁ ଉଦେ୍ଧଶ୍ୟ ବୋଲି ସୂଚନା ଅଧିକାର ଆଇନ ବଳରେ ଜଣାପଡ଼ିଛି । ଏସମ୍ପର୍କରେ ଗତ ତା ୧୮-୦୬-୨୦୧୮ରିଖରେ ସୂଚନା ଅଧିକାର ଆଇନ୍ ବଳରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ରତ୍ନଭଣ୍ଡାର ଚାବି ସମ୍ପର୍କରେ ତଥ୍ୟ ମଗାଯାଇଥିଲା । ରତ୍ନଭଣ୍ଡାର ଚାବି କେଉଁଠାରେ ରଖାଯାଏ ଏବଂ କେଉଁ ବ୍ୟକ୍ତିଙ୍କ ତତ୍ୱାବଧାନରେ ଚାବି ରୁହେ, ରତ୍ନଭଣ୍ଡାର ଚାବି ରଖିବା ଏବଂ ଏହାର ବ୍ୟବହାର ପାଇଁ ସରକାରୀ ନିୟମ କ'ଣ ରହିଛି, ରତ୍ନଭଣ୍ଡାର ଚାବି ହଜିଛି ବୋଲି ସରକାର କେବେ ଏବଂ କିପରି ଜାଣିଲେ, ନକଲି ଚାବି କିଏ ଏବଂ କେବେ ପାଇଲେ, ଏହାର ତଥ୍ୟ ଦେବା ସହ ଉକ୍ତ ଚାବି ସମ୍ପର୍କରେ ସତ୍ୟାସତ୍ୟ ଜାଣିବାପାଇଁ ଏହାର ଇନସ୍ପେକ୍ସନ୍ ପାଇଁ ଶ୍ରୀ ପ୍ରଧାନ ଜନସୂଚନା ଅଧିକାରୀଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ଏକମାସ ବିତିଯାଇଥିଲେ ମଧ୍ୟ ସୂଚନା ଅଧିକାରୀ କୌଣସି ତଥ୍ୟ ପ୍ରଦାନ ନ କରି ନୀରବ ରହିଛନ୍ତି । ସୂଚନା ଅଧିକାର ଆଇନର ଧାରା ୭(୧) ଅନୁଯାୟୀ, ଆବେଦନର ୩୦ ଦିନ ମଧ୍ୟରେ ସୂଚନା ପ୍ରଦାନ ନ କଲେ, ଜନସୂଚନା ଅଧିକାରୀ ଦରଖାସ୍ତଟିକୁ ଖାରଜ କଲେ ବୋଲି ଧରାଯିବ । ତେଣୁ ଉକ୍ତତଥ୍ୟ ହାସଲ ପାଇଁ ଶ୍ରୀ ପ୍ରଧାନ ପ୍ରଥମ ଅପିଲ କର୍ତୃପକ୍ଷଙ୍କ ନିକଟରେ ଅପିଲ କରିବା ସହ ଉକ୍ତ ସମସ୍ତ ତଥ୍ୟ ସର୍ବସାଧାରଣରେ ପ୍ରକାଶ ପାଇଁ ଜନ ସୂଚନା ଅଧିକାରୀଙ୍କୁ ନିଦେ୍ର୍ଧଶ ଦେବାକୁ ସେ ଅନୁରୋଧ କରିଛନ୍ତି ।