ଗ୍ରାମରକ୍ଷୀ ମହାସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ

Aug 20, 2018 - 17:25
 202
ଗ୍ରାମରକ୍ଷୀ ମହାସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ
ଅନୁଗୋଳ, ୨୦/୮ (ସକାଳଖବର): ଆଜି “ନିଖିଳ ଉକôଳ ଗ୍ରାମରକ୍ଷୀ ମହାସଂଘ”ର ଆହ୍ୱାନ କ୍ରମେ ଅନୁଗୋଳ ଜିଲାରେ କାର୍ଯ୍ୟରତ ଗ୍ରାମରକ୍ଷୀ ଜିଲା ସଂଘର ସଦସ୍ୟମାନେ ଏକ ଶୋଭାଯାତ୍ରାରେ ଆସି ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟଠାରେ ବିକ୍ଷୋଭ କରିବା ସହିତ ଦାବୀ ପୂରଣ ନେଇ ସ୍ଲୋଗାନ ଦେଇଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଏକ ଦାବୀପତ୍ରକୁ ସ୍ଥାନୀୟୀ ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ପ୍ରଦାନ କରିଥିଲେ । ଓଡ଼ିଶା ପୋଲିସର ଏକ ଅଙ୍ଗଭାବେ ୧୯୬୭ ସାଲରୁ ଗ୍ରାମରକ୍ଷୀମାନେ ଶାନ୍ତି ଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ଅପରାଧିକ ଘଟଣା ତଥା ଅସାମାଜିକ ବ୍ୟକ୍ତି ଓ ଦୋଷୀ ଓ୍ୟାରେଣ୍ଟି ସଂପର୍କରେ ସ୍ଥାନୀୟ ଥାନା ଅଧିକାରୀଙ୍କୁ ସୂଚନା ପ୍ରଦାନ କରି ଆସୁଛନ୍ତି । ବିଭିନ୍ନ ସମୟରେ ଅସାମାଜିକ ବ୍ୟକ୍ତି ବିଶେଷଙ୍କ ଅକ୍ରୋଶର ଶିକାର ହେବା ସହିତ ମାଓ ପ୍ରବଣ ଅଞ୍ଚଳରେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଛନ୍ତି । ଗତ ୨୧/୭/୨୦୧୨ ତାରିଖରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଡ଼ବଲୁ ପି.ସି. ନଂ ୧୦୮୭୦/୨୦୧୨ରେ ସଂଘ ପକ୍ଷରୁ ହୋଇଥିବା ଏକ ଆବେଦନରେ ବିଚାର କରି ୪ ମାସ ମଧ୍ୟରେ ଗୃହରକ୍ଷୀମାନଙ୍କ ଦାବୀ ସଂପର୍କରେ ନିଷ୍ପତ୍ତି ନେବାକୁ କହିଥିଲେ ମଧ୍ୟ ଏଯାବତ ସରକାର କୌଣସି ପଦକ୍ଷେପ ନେଇନଥିାରୁ ସଂଘ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି । ଆଗାମୀ ଦିନରେ ସରକାର ସେମାନଙ୍କ ଦାବୀ ପୁରଣ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି ।