ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ : ଆଜି ସୁପ୍ରିମକୋର୍ଟରେ ଶୁଣାଣି

Jun 2, 2022 - 05:55
 49
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ : ଆଜି ସୁପ୍ରିମକୋର୍ଟରେ ଶୁଣାଣି
ନୂଆଦିଲ୍ଲୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ମାମଲାରେ ଆଜି ସୁପ୍ରିମକୋର୍ଟ ହେବ ଶୁଣାଣି । ବେଆଇନ ନିର୍ମାଣକୁ ବିରୋଧ କରି ସ୍ୱତନ୍ତ୍ର ଲିଭ ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟରେ । ଜଷ୍ଟିସ୍ ବି.ଆର ଗଭାଇ ଓ ଜଷ୍ଟିସ ହିମା କୋହଲୀଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିବେ । ବେଆଇନ ନିର୍ମାଣକୁ ବିରୋଧ କରି ଅର୍ଦ୍ଦେନ୍ଦୁ ଦାସ ଏବଂ ସୁମନ୍ତ ଘଡ଼େଇଙ୍କ ଦ୍ୱାରା ଦାଖଲ ଅଲଗା ଅଲଗା ଦୁଇଟି ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଉପରେ ଶୁଣାଣି ହେବ । ଓଡ଼ିଶା ହାଇକୋର୍ଟଙ୍କ ୨୦୨୨ ମସିହା ମେ’ ମାସ ୯ ତାରିଖ ଆଦେଶ ବିରୋଧରେ ଉକ୍ତ ଦୁଇଟି ପିଟିସନ୍ ଦାୟର ହୋଇଛି । ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱରେ ୧୦୦ ମିଟର ନିଷିଦ୍ଧାଞ୍ଚଳରେ ବିନା ଅନୁମତିରେ ନିର୍ମିଣ କରାଯାଉଥିବା, ଦୁଇ ଆବେଦନକାରି ପିଟିସନରେ ଉଲ୍ଲେଖ କରିଛନ୍ତି । ବେଆଇନ କାର୍ୟ୍ୟକୁ ରୋକିବା ପାଇଁ ସର୍ବୋଚ୍ଚ ନ୍ୟାୟଳୟ ତୁରନ୍ତ ହସ୍ତକ୍ଷେପ କରିବାକୁ ଏଥିରେ ନିବେଦନ କରାଯାଇଛି । ସେପଟେ ରାଜ୍ୟ ସରକାର ହାଇକୋର୍ଟଙ୍କ ମେ’ ୯ ତାରିଖ ଆଦେଶ ବିରୋଧରେ କୌଣସି ପକ୍ଷ ଦ୍ୱାରସ୍ଥ ହୋଇପାରନ୍ତି ବୋଲି ଆଶଙ୍କା କରି ଗତମାସ ୧୩ ତାରିଖରେ କ୍ୟାଭିଏଟ୍ ଦାଖଲ କରିଥିଲେ ।