ରତ୍ନଭଣ୍ଡାର କମିସନଙ୍କ କାର୍ଯ୍ୟକାଳ ୭ରେ ପୂରିବ

Sep 1, 2018 - 14:50
 176
ରତ୍ନଭଣ୍ଡାର କମିସନଙ୍କ କାର୍ଯ୍ୟକାଳ ୭ରେ ପୂରିବ
କଟକ,୧ା୯(ସକାଳଖବର): ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଗଠିତ ତଦନ୍ତ କମିସନଙ୍କ କାର୍ଯ୍ୟକାଳ ଆସନ୍ତା ୭ତାରିଖରେ ଶେଷ ହେବା ପାଇଁ ଯାଉଛି । ତେବେ କମିସନଙ୍କ ତଦନ୍ତ ପ୍ରକ୍ରିୟା ଜାରି ରହିଥିବାବେଳେ କମିସନଙ୍କ କାର୍ଯ୍ୟକାଳ ଆହୁରି ବୃଦ୍ଧି ପାଇଁ ସରକାରଙ୍କୁ ଏକ ଚିଠି ଲେଖା ଯାଇଥିବା ଜଣାଯାଇଛି । କମିସନଙ୍କ ସଚିବ କାଶୀନାଥ ପାଣିଗ୍ରାହୀ ଏ ନେଇ ରାଜ୍ୟ ସରକାରଙ୍କ ଆଇନ ବିଭାଗକୁ ଏକ ଚିଠି ଲେଖି କାର୍ଯ୍ୟକାଳ ବୃଦ୍ଧି ପାଇଁ ଅନୁରୋଧ କରିଛନ୍ତି । ତେବେ କମିସନଙ୍କ ନିକଟରେ ଅଦ୍ୟାବଧି ୧୦ଟି ସତ୍ୟପାଠ ଦାଖଲ ହୋଇଛି । ଏହି ସତ୍ୟପାଠଗୁଡ଼ିକର ତର୍ଜମା ଚାଲିଛି ।