ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କର ଶୁଭାରମ୍ଭ ଆଜି
ଭୁବନେଶ୍ୱର,୩୧/୮ (ସକାଳଖବର): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ତାଲକୋତରା ଷ୍ଟାଡିୟମରେ ୨୦୧୮ ଶନିବାର ଦିନ ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ (ଆଇପିପିବି)ର ଶୁଭାରମ୍ଭ କରିବେ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଇପିପିବିର ମଣ୍ଡଳ ଶାଖାର ଶୁଭାରମ୍ଭ କରିବେ ।
ଶୁଭାରମ୍ଭ ଦିନ ଦେଶବ୍ୟାପୀ ଆଇପିପିବିର ୬୫୦ଟି ଶାଖା ଏବଂ ୩୨୫୦ଟି ଏକ୍ସେସ ପଏଂଟ ଖୋଲାଯିବ ।ଏକାସଙ୍ଗେ ଉକ୍ତ ଶାଖା ଏବଂ ଏକ୍ସେସ ପଏଂଟ ଗୁଡ଼ିକରେ ଶୁଭାରମ୍ଭ ଇଭେଂଟର ଆୟୋଜନ କରାଯିବ ।୨୦୧୮ ଡିସେମ୍ବର ୩୧ ସୁଦ୍ଧା ଦେଶର ସମଗ୍ର ୧.୫୫ ଲକ୍ଷ ପୋଷ୍ଟ ଅଫିସକୁ ଆଇପିପିବି ସିଷ୍ଟମ ଦ୍ୱାରା ସଂଯୁକ୍ତ କରାଯିବ ।
ଆଇପିପିବି ଅନେକ ଉପôାଦ ସୁବିଧା ପ୍ରଦାନ କରିବ ଯେଉଁଥିରେ କି ସାମିଲ ରହିଛି ସଂଚୟ ତଥା ବର୍ତମାନର ଜମା / ଏକାଂଉଟ, ଅର୍ଥ ସ୍ଥାନାନ୍ତର, ସିଧାସଳଖ ଲାଭାଂଶ ପୈଠ, ବିଲ ଓ ଆବଶ୍ୟକ ଦେୟ, ଏଂଟରପ୍ରାଇଜ ଓ ମର୍ଚ୍ଚାଂଟ ଦେୟ । ଏହି ଉପôାଦଗୁଡ଼ିକ ଏବଂ ଏଥିସହିତ ସମ୍ପର୍କିତ ସେବାଗୁଡ଼ିକୁ ବିବିଧ ଚାନେଲ (କାଉଂଟର ସେବା,ମାଇକ୍ରୋ-ଏଟିଏମ, ମୋବାଇଲ ବ୍ୟାଙ୍କିଙ୍ଗ ଆପ, ଏସଏମଏସ ଓ ଆଇଭିଆର) ମାଧ୍ୟମରେ ବ୍ୟାଙ୍କର ସ୍ୱଦେଶୀ ବୈଷୟିକ ଭିତିଭୂମି ମାଧ୍ୟମରେ ପ୍ରଦାନ କରାଯିବ ।
ଏହା ଡାକ ବିଭାଗର ବିଶାଳ ନେଟୱାର୍କର ସହାୟତା ନେବ, ଯାହାକି ୩,୦୦,୦୦୦ ପୋଷ୍ଟମ୍ୟାନ ଏବଂ ଗ୍ରାମୀଣ ଡାକ ସେବକଙ୍କୁ ନେଇ ଗଠିତ ଏବଂ ଦେଶର ପ୍ରତିଟି ଅଂଚଳକୁ ପରିବ୍ୟାପ୍ତ ହେବ । ଏହିପରି ଆଇପିପିବି ଭାରତରେ ବ୍ୟାଙ୍କିଙ୍ଗ କ୍ଷେତ୍ରର ପହଂଚକୁ ବ୍ୟାପକ ଭାବେ ବୃଦ୍ଧି କରିବ ।ଦ୍ରୁତ ଗତିରେ ବିକଶିତ ହେଉଥିବା ଭାରତର ଲାଭକୁ ଆମ ଦେଶର ଦୁର୍ଗମ ଅଂଚଳରେ ପହଂଚାଇବା ଲାଗି କେନ୍ଦ୍ର ସରକାରଙ୍କ ପ୍ରୟାସ କ୍ଷେତ୍ରରେ ଆଇପିପିବିର ଶୁଭାରମ୍ଭ ଆଉ ଏକ ମାଇଲଖୁଂଟ ସାବ୍ୟସ୍ତ ହେବ ।